Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

Sangram Tripathy
Browse all articles by Sangram Tripathy
·1 year ago·1 min read
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଅର୍ଗସ ବ୍ୟୁରୋ:ଦିନ ଗଡୁଥିବାବେଳେ ଭରତପୁର ଥାନା ଘଟଣାକୁ ନେଇ ଥମୁନି ସାରା ରାଜ୍ୟରେ ଚର୍ଚ୍ଚା। ଚାଲିଛି ତଦନ୍ତ, ଫଳାଫଳକୁ ଅପେକ୍ଷା। ମେଜର ଓ ତାଙ୍କ ବାନ୍ଧବୀ ନାଁ ପୋଲିସ ଅଧିକାରୀ। କିଏ କହୁଛି ସତ?। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମସ୍ତ ପରୀକ୍ଷା ପାଇଁ ମିଳିଛି ଅନୁମତି,କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର ପୂର୍ବତନ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ,ପଲିଗ୍ରାଫ୍‌ ଟେଷ୍ଟକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ନିକଟରେ କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ ବୋଲି ସୂଚନା ମିଳିଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ ଶେଷ କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ପଥରଗାଡ଼ିଆ ସୁନ୍ଦରପୁର ଛକ କ୍ରାଇମ ସ୍ପଟ୍ ପରେ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଥିଲା।

ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ପହଁଚିବା ପରେ ତାଙ୍କୁ କିଏ ମାଡ଼ ମାରିଥିଲା , ସେଦିନ ଥାନାରେ କେତେଜଣ ପୋଲିସ ଅଧିକାରୀ ଥିଲେ , ମେଜରଙ୍କୁ କିଏ ମାଡ଼ ମାରିଥିଲେ , ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ କେଉଭଳି ଭାବେ ନିର୍ଯାତନା ଦେଇଥିଲେ ଏସବୁ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ ମେଜର ଓ ତାଙ୍କ ବାନ୍ଧବି । ଏହାପରେ କ୍ରାଇମବ୍ରାଞ୍ଚ ଓ ତାଙ୍କ ଟିମ୍ ନିଲମ୍ବିତ ହୋଇଥିବା  ପୋଲିସ କର୍ମଚାରୀଙ୍କୁ ନେଇ ଭରତପୁର ଥାନାରେ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲେ । ଯାହାର ସମସ୍ତ ତଥ୍ୟ ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି । ଦୀନକୃଷ୍ଣ ମିଶ୍ରଙ୍କ ପରୀକ୍ଷା ରିପୋର୍ଟ ଆସିବାପରେ ଏଘଟଣା ଉପରୁ ହଟିବ ପରଦା ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି । କେବେ ହଟିବ ମିଛ ଉପରୁ ପରଦା,କେବେ ଜଣାପଡିବ ଅସଲ ସତ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspended IIC Dinkrishna Mishra to undergo polygraph test | Argus News