ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
·12 months ago·1 min read

Key Points
ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
ହସ୍ପିଟାଲ ବାଥରୁମରୁ ମିଳିଲା ମୃତଦେହ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ
ହସ୍ପିଟାଲ ବାଥରୁମ୍ରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । ହସ୍ପିଟାଲ ବାଥରୁମରୁ ମିଳିଲା ମୃତଦେହ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରୁ ମିଳିଲା ମୃତଦେହ । ମହିଳା ନର୍ସ ଜଣକ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡି.ଆମ୍ଭଠା ଗାଁର ଶୁଭସ୍ମିତା ରାଉତ । ରାକ୍ଷୀରେ ଘରକୁ ଯିବାକୁ ଛୁଟି ମାଗିଥିଲେ ଶୁଭସ୍ମିତା । ଗତକାଲି ନାଇଟ ଡ୍ୟୁଟି କରିଥିଲେ । ରାତି ୧୦ ଟାରେ ଘର ଲୋକଙ୍କ ସହ ଫୋନରେ କଥା ବାର୍ତ୍ତା କରିଥିଲେ । ରାତି ୩ ଟାରେ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଫୋନ କରି ଝିଅ ବାଥରୁମରେ ପଡି ଯାଇଥିବା କହିଥିଲେ । ପରେ ପରିବାର ହସ୍ପିଟାଲରେ ପହଞ୍ଚିବା ପରେ ଝିଅ ମୃତ୍ୟୁ ଖବର ପାଇଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଖୋଳତାଡ଼ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: