Videos
|
Odisha

ଗୋଟିଏ ପରିବାରର ତିନି ଜଣଙ୍କ ସନ୍ଦେହଜନକ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗୋଟିଏ ପରିବାରର ତିନି ଜଣଙ୍କ ସନ୍ଦେହଜନକ ମୃତ୍ୟୁ

Key Points

ପାରଳାଖେମୁଣ୍ଡିରେ ଗୋଟିଏ ପରିବାରର ତିନି ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲି ଶୁଭାଶିଷ ପାଣିଗ୍ରାହୀ ଓ ତାଙ୍କ ୮ବର୍ଷର ପୁଅ, ୧୧ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପାରଳାଖେମୁଣ୍ଡିରେ ଗୋଟିଏ ପରିବାରର ତିନି ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲି ଶୁଭାଶିଷ ପାଣିଗ୍ରାହୀ ଓ ତାଙ୍କ ୮ବର୍ଷର ପୁଅ, ୧୧ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶୁଭାଶିଷଙ୍କ ପୁଅ ଓ ଝିଅର ମୃତ୍ୟୁ ହୋଇଥିଲା ।


ଆଜି ଗୁରୁତର ଥିବା ଶୁଭାଶିଷଙ୍କ ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ଶୁଭାଶିଷ ତାଙ୍କ ପୁଅ ଓ ଝିଅକୁ ବିଷ ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମାର୍ଚ୍ଚ ୨୨ରେ ଶୁଭାଶିଷଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suspicious deaths of three members of a family | Argus News