|
logo
Live
Argus News App
GET APP

Argus News - 'ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ'

Odisha

'ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ'

Smruti Parija
Browse all articles by Smruti Parija
·2 years ago·2 min read
'ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ'

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜଙ୍ଘ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ । ଓଡ଼ିଶାର ସମସ୍ୟା ଓ ବିପଦ କ’ଣ ଏବଂ ଏହାକୁ ସମାଧାନ କରିବା ପାଇଁ ଯୁବବର୍ଗଙ୍କ ଭୂମିକା କ’ଣ, ତାହା ଉପରେ ସେ ଆମକୁ ମାର୍ଗଦର୍ଶନ ଦେଇଥିଲେ । 

ସମାଜର ଥିବା କଷ୍ଟ ଓ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ । ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ । ସେ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ ।   

ସ୍ୱାମୀଜୀ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ । ସ୍ୱାମୀଜୀ ଯେଉଁଭଳି ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢାଇବାର ଯୋଜନା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  

ଏହି ଅଲୌକିକ ଦୁନିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀ ସମସ୍ତଙ୍କର, ସମଗ୍ର ଦେଶ ଓ ବିଶ୍ୱର, ସମସ୍ତ ସନାତନୀ ମାନଙ୍କର । ଓଡ଼ିଶାର ଉପାନ୍ତ ଅଞ୍ଚଳ କନ୍ଧମାଳ ସେ ଜାତି, ଧର୍ମ ଓ ଦେଶ ପାଇଁ ବଳିଦାନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ଭକ୍ତ ମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟା କାରଣରୁ ଆଜି ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲେ ଆଜି ବି ସେ କାଳ ରାତି କାହାର ମନରୁ ଲିଭିନି । ବର୍ଷ 2008 । ତାରିଖ ଅଗଷ୍ଟ 23 । ଜନ୍ମାଷ୍ଟମୀ ରାତି । ସ୍ଥାନ ଜଲେଶପଟା ଆଶ୍ରମ । ଦୁବୃର୍ତ୍ତମାନେ ଜଲେଶପଟା ଆଶ୍ରମରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ୪ ଜଣ ଅନୁଗାମୀଙ୍କୁ ଗୁଳି କରି ନର୍ମମ ଭାବେ ହତ୍ୟା କରନ୍ତି । ପରେ ଏହି ଘଟଣାକୁ ନେଇ କନ୍ଧମାଳରେ ହିଂସା ସୃଷ୍ଟି ହୋଇ ଦଙ୍ଗାର ରୂପ ନିଏ । ଏଥିରେ ବହୁ ଲୋକଙ୍କ ଜୀବନ ଯିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୁଏ । ଏହି ସମ୍ବେଦନଶୀଳ ଘଟଣା କେବଳ ରାଜ୍ୟ କାହିଁକି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇ ନଥିବାବେଳେ ଦତନ୍ତ କମିସନଙ୍କ ରିପୋର୍ଟକୁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରି ନାହାନ୍ତି । 

 


 

Sponsored
'ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ' | Argus News