Swami Ramdev / ସ୍ଵାମୀ ରାମଦେବଙ୍କ ନୂଆ ଟିପ୍ସ୍: ହର୍ ମାସ୍ ଏକ୍ ଉପବାସ୍

Key Points
ଯୋଗକୁ ନେଇ ବାବା ରାମଦେବ ସବୁବେଳେ ଚର୍ଚ୍ଚରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ଯୋଗ ପରେ ସ୍ଵାମୀ ରାମଦେବଙ୍କ ଆଉ ଏକ ଟିପ୍ସ ଦେଇଛନ୍ତି । ଯାହା ହେଲା ଉପବାସ କରନ୍ତୁ ସୁସ୍ଥ ରୁହନ୍ତୁ । ହର୍ ମାସ୍ ଏକ୍ ଉପବାସ୍ । ଏମିତି କିଛି ଟିପ୍ସ ଦେଇଛନ୍ତି ସ୍ଵମୀଜୀ ।
ଯୋଗକ୍ରାନ୍ତି ପରେ ଏବେ ଆଉ ଏକ ନୂଆ ଇତିହାସ ଗଢିବାର ପାଳି । ବିଶ୍ଵକୁ ଉପବାସ ମହାମନ୍ତ୍ର ଦେଇଛନ୍ତି ଯୋଗଗୁରୁ ସ୍ଵାମୀ ରାମଦେବ । ସ୍ଵାମୀ ରାମଦେବଙ୍କ ନୂଆ ନାରା “ ହର୍ ମାସ୍ ଏକ୍ ଉପବାସ୍ “। ପ୍ରତ୍ୟେକ ମାସର ୭ ତାରିଖ ଦିନ ଉପବାସ ରଥିବାକୁ ଆହ୍ଵାନ ଦେଇଛନ୍ତି ସ୍ଵାମୀ ରାମଦେବ ।
ଗୋଟିଏ ଦିନ ଉପବାସ ମାଧ୍ୟମରେ ଶରୀର, ମନ ଏବଂ ଆତ୍ମାର ଉତଥାନ କରିବାର ପ୍ରେରଣା ମିଳିବ । ଉପବାସ ରହିଲେ କଣ କଣ ଫାଇଦା ମିଳିବ ଆସନ୍ତୁ ଜାଣିବା...
ଉପବାସ ରହିଲେ ସୁସ୍ଥ ରହିବ ଲିଭର, କିଡନୀ ଏବଂ କମିବ ମୋଟାପଣ । କ୍ୟାନସରରୁ ଲୋକଙ୍କୁ ମୁକ୍ତି ମିଳିବ। ବର୍ତ୍ତମାନ ସମୟରେ ଅଧିକାଂଶ ମେଦବହୁଳତା ଶିକାର । ମେଦବହୁଳତା ଠିକ୍ କରିବା ଦ୍ବାରା ପୂରା ଶରୀରରେ ଥିବା ସେଲ୍ଫ ହାଇଜନିକ୍ ସିଷ୍ଟମ ଫାଷ୍ଟିଂ ଦ୍ବାରା ହିଁ କ୍ଲିନିଂ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ମାସରେ ଗୋଟିଏ ଦିନର ଉପବାସ ଦ୍ଵାରା ଦୀର୍ଘାୟୁ ହୋଇଥାଏ ମଣିଷ ।
ସ୍ଵାମୀ ରାମଦେବଙ୍କ ମତରେ ଉପବାସ ଦ୍ଵାରା ଖାଲି ଯେ ସ୍ଵାସ୍ଥ୍ୟ ଭଲ ରହିବ ତା ନୁହେଁ ଦେଶକୁ ଆର୍ଥିକ ଫାଇଦା ମଧ୍ୟ ମିଳିବ । ଉପବାସ ଦ୍ଵାରା ଦେଶର ପାଖାପାଖି ସାଢେ ୪ ଲକ୍ଷ କୋଟି ଟଙ୍କା ସଂଚୟ ହୋଇପାରିବ ।
ବିଶେଷଜ୍ଞଙ୍କ ମତରେ ୬ ମାସର ପିଲାଙ୍କ ପାଇଁ ମଧ୍ୟ ଉପବାସ ଜରୁରୀ । ଏହା ଶିଶୁଙ୍କ ସ୍ବାସ୍ଥ୍ୟ ବର୍ଦ୍ଧକ ହୋଇଥାଏ । ଯଦି ଛୋଟ ପିଲାଙ୍କୁ ଟିନ୍ ପ୍ୟାକ୍ ଜୁସ୍ ଦିଆଯିବ ୫ ବର୍ଷ ଭିତରେ ସେମାନଙ୍କର ଲିଭର୍ ଫ୍ୟାଟି ହୋଇଥାଏ । ସୁସ୍ଥ ରହିବା ପାଇଁ ଉପବାସ ସହ ସାତ୍ତ୍ବିକ ଭୋଜନର ଆବଶ୍ୟକତା ମଧ୍ୟ ରହିଛି । ଯଦି ଛୋଟ ପିଲାଙ୍କ ନିକଟରେ ମେଦବହୁଳତା ହୁଏ ତେବେ ତାଙ୍କର ହାର୍ଟର ଆୟୁଷ ୪୦ ବର୍ଷ ହୋଇଯାଇଥାଏ । ତେଣୁ ଜଣେ ସୁସ୍ଥ ରହିବାକୁ ହେଲେ ଉପବାସ ବହୁତ ଜରୁରୀ ହୋଇଥାଏ ।
ଉପବାସ ଇନ୍ଦ୍ରୀୟ ଗୁଡିକର ଆତ୍ମ ଶୁଦ୍ଧିକରଣ ଲାଗି ଏକ ବହୁତ ବଡ କାମ କରେ । ଏଥିପାଇଁ କିଛି ଅଭ୍ୟାସ ବଦଳାଇବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । ଯେମିତି କି ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଖାଆନ୍ତୁ ନାହିଁ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ମୋବାଇଲ୍ ଏବଂ କମ୍ପ୍ୟୁଟର ସ୍କ୍ରିନ୍ ବନ୍ଦ କରନ୍ତୁ । କାରଣ ନୀଳ ଲାଇଟ୍ ଯୋଗୁଁ ନିଦ ହୋଇନଥାଏ । ଉତ୍ତମ ସ୍ଵାସ୍ଥ୍ୟ ପାଇବାକୁ ହେଲେ ସଂଧ୍ୟା ୬-୭ଟା ପରେ ଖାଆନ୍ତୁ ନାହିଁ ।
📱 Get Argus News App
✨Related Topics
Explore more stories