|
logo
Live

Argus News - ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ; ଡାଇଲଗ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିଲେ ଅନୁଭବ ମହାନ୍ତି

Odisha

Anubhav Live in Nilgiri / ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ; ଡାଇଲଗ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିଲେ ଅନୁଭବ ମହାନ୍ତି

Sushanta Sahoo
Browse all articles by Sushanta Sahoo
·3 days ago·1 min read
ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ; ଡାଇଲଗ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିଲେ ଅନୁଭବ ମହାନ୍ତି
Nilgiri Goes Crazy

Key Points

୫ ଦିନ ଧରି ଆୟୋଜିତ ସ୍ଵର୍ଣ୍ଣଚୂଡ଼ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଧୁମ୍ ମଚାଇଛନ୍ତି ଅଭିନେତା ଅନୁଭବ ମହାନ୍ତି ।
ନୀଳଗିରି (ବାଲେଶ୍ଵର): ନୀଳଗିରି ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ ସିଜିନ-୪ରେ ଖଚାଖଚ ଭିଡ଼଼ ଦେଖିବାକୁ ମିଳୁଛି । ୫ ଦିନ ଧରି ଆୟୋଜିତ ସ୍ଵର୍ଣ୍ଣଚୂଡ଼ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ବେଲେ ଧୁମ୍ ମଚାଇଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ଚତୁର୍ଥ ସନ୍ଧ୍ୟାରେ ମେଗାଷ୍ଟାର ଅନୁଭବ ମହାନ୍ତିଙ୍କ ଡାଇଲଗରେ ମତୁଆଲା ହୋଇଛନ୍ତି ନୀଳଗିରି ବାସୀ । ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ନୀଳଗିରିର କେସି ହାଇସ୍କୁଲ ପଡ଼ିଆରେ ପ୍ରତିଦିନ ସନ୍ଧ୍ୟାରେ ମହୋତ୍ସବ ପାଇଁ ଭିଡ଼ ଜମୁଛି । ଚାନ୍ଦିପୁର ଆଇଟିଆର୍ ପକ୍ଷରୁ ଅଗ୍ନି, ବ୍ରହ୍ମୋସ, ଶକ୍ତି କ୍ଷେପଣାସ୍ତ୍ର ପ୍ରଦର୍ଶନ କରାଯାଇଛି । ଲୋକେ ପ୍ରତିରକ୍ଷା ସାମଗ୍ରୀ ଦେଖିବା ସହ ମୀନା ବଜାର ବୁଲି ବିଭିନ୍ନ ଖାଦ୍ୟର ମଜା ନେଉଛନ୍ତି ।

ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନଙ୍କୁ ସମ୍ମାନୀତ କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ କଳାକାରଙ୍କ ନାଚ ଗୀତ ଓ ଅଭିନୟରେ ବେଶ୍ ଜମୁଛି ସ୍ଵର୍ଣ୍ଣଚୂଡ଼ ଯୁବ ମହୋତ୍ସବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Anubhav Live in Nilgiri: ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ; ଡାଇଲଗ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିଲେ ଅନୁଭବ ମହାନ୍ତି | Argus News