ସ୍ଵାୟତ୍ତ ଶାସନ ଦିବସ । ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି
·1 year ago

ଅର୍ଗସ ବ୍ୟୁରୋ: ଆଜି ସ୍ଵାୟତ୍ତ ଶାସନ ଦିବସ । ରାଜ୍ୟସ୍ତରରେ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ଵାୟତ୍ତ ଶାସନ ଦିବସ ପାଳନ ହେଉଛି ।
ଏହି ଅବସରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ୧୧୫୧ କୋଟି ଟଙ୍କାର ୪୮୧ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୩୬ ଟି ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ହେବ । ସେହିପରି ୨୭ ଜଣ ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
