Videos
|
Odisha

Food Safety / ମିଠା ଦୋକାନରେ ଚଢ଼ାଉ,୨୪ କିଲୋ ବାସି ଖାଦ୍ୟ ନଷ୍ଟ ଲାଗିଲା ଫାଇନ୍

Rashmita Mishra
Browse all articles by Rashmita Mishra
·1 hour ago·2 min read
ମିଠା ଦୋକାନରେ ଚଢ଼ାଉ,୨୪ କିଲୋ ବାସି ଖାଦ୍ୟ ନଷ୍ଟ ଲାଗିଲା ଫାଇନ୍
Food Safety

Key Points

ରାକ୍ଷୀ ପୂର୍ବରୁ ମିଠା ଦୋକାନରେ ରେଡ୍
ମିଠା ଦୋକାନରେ ଚଢ଼ାଉ, ବାସି ଖାଦ୍ୟ ନଷ୍ଟ
୨୪ କିଲୋ ବାସି ଖାଦ୍ୟ ନଷ୍ଟ, ଲାଗିଲା ଫାଇନ୍
ରାକ୍ଷୀ ପୂର୍ବରୁ ଆକ୍ସନ୍‌, ୨୨ ଖାଦ୍ୟ ନମୁନା ସଂଗ୍ରହ 

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଲାଙ୍ଗୀର ଓ ଟିଟିଲାଗଡ଼ରେ ଆକ୍ସନ୍‌ ମୋଡ୍‌କୁ ଆସିଛି ଖାଦ୍ୟ ନିରାପତ୍ତା ବିଭାଗ । ପାର୍ବଣ ସମୟରେ ମିଠା ଓ ଦୁଗ୍ଧଜାତ ଖାଦ୍ୟର ଚାହିଦା ବଢ଼ୁଥିବାରୁ ନିମ୍ନମାନର କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ରୋକିବାକୁ ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଅଚାନକ ଯାଞ୍ଚ କରାଯାଇଛି ।

ବଲାଙ୍ଗୀର ସହରରେ ଖାଦ୍ୟ ନିରାପତ୍ତା ଟିମ୍‌ ସଦର ଥାନା ପୁଲିସର ସହଯୋଗରେ ବିଭିନ୍ନ ଦୋକାନରେ ଯାଞ୍ଚ କରିଥିଲେ । ଏହି ସମୟରେ ମୋଟ ୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଯାଞ୍ଚ ବେଳେ ୪ କିଲୋଗ୍ରାମ୍ ବାସି ଖାଦ୍ୟ ଓ ୨୦ଟି ମିଆଦପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ଜବତ କରାଯାଇ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ ସହ ୩ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।

ସେହିପରି ଟିଟିଲାଗଡ଼ ପୌରାଞ୍ଚଳରେ ମଧ୍ୟ ବିଭାଗୀୟ ଟିମ୍‌ ବିଭିନ୍ନ ମିଠା ଦୋକାନରେ ଯାଞ୍ଚ କରିଥିଲେ । ପନୀର, ଖୁଆ, ଛେନା ଓ ବିଭିନ୍ନ ପ୍ରକାର ମିଠା ସମେତ ୧୩ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବା ପରେ ନିମ୍ନମାନର ଖାଦ୍ୟ କିମ୍ବା ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି ।

ଟିଟିଲାଗଡ଼ରେ ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନକାରୀ ଦୋକାନୀଙ୍କଠାରୁ ୮,୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଏଥିସହ ବିଭିନ୍ନ ଦୋକାନରୁ ଜବତ ପ୍ରାୟ ୨୦ କିଲୋଗ୍ରାମ୍ ବାସି, ଅବ୍ୟବହାରଯୋଗ୍ୟ ଓ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ନଷ୍ଟ କରାଯାଇଛି ।

ଦୁଇ ସହରର ଯାଞ୍ଚକୁ ମିଶାଇ ମୋଟ ୨୨ଟି ଖାଦ୍ୟ ନମୁନା ସଂଗ୍ରହ, ୨୪ କିଲୋଗ୍ରାମ୍‌ରୁ ଅଧିକ ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ ଏବଂ ୧୦,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ପାର୍ବଣ ସମୟରେ ଖାଦ୍ୟରେ ଅପମିଶ୍ରଣ, ନିମ୍ନମାନର ସାମଗ୍ରୀ ବ୍ୟବହାର କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଚେତାବନୀ ଦିଆଯାଇଛି । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପ୍ରଶାସନର ଏହି ଚଢ଼ାଉ ଫଳରେ ମିଠା ଓ ଖାଦ୍ୟର ଗୁଣବତ୍ତା ନେଇ ଗ୍ରାହକଙ୍କ ମଧ୍ୟରେ ନିଶ୍ଚିତତା ବଢ଼ିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: