Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଏଠି T ଫର ଟ୍ରାନ୍ସଫରେନ୍ସି ନୁହେଁ, T ଫର୍ ତାମିଲନାଡୁ'

Odisha

'ଏଠି T ଫର ଟ୍ରାନ୍ସଫରେନ୍ସି ନୁହେଁ, T ଫର୍ ତାମିଲନାଡୁ'

Smruti Parija
Browse all articles by Smruti Parija
·2 years ago·1 min read
'ଏଠି T ଫର ଟ୍ରାନ୍ସଫରେନ୍ସି ନୁହେଁ, T ଫର୍ ତାମିଲନାଡୁ'

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ 5-ଟି ନୁହେଁ ଗୋଟିଏ ଟି କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ। ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ବ୍ୟତିତ କୌଣସି ଦଳ କି ସରକାର ନାହିଁ । ଓଡିଶାରେ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି । ପାଣ୍ଡିଆନ ନିଜେ ମୁଖ୍ୟମନ୍ତ୍ରୀ ଭଳି କାମ କରୁଛନ୍ତି । ନବୀନ ବାବୁଙ୍କ କୌଣସି ପାୱାର ନାହିଁ । ପାଣ୍ଡିଆନଙ୍କ ଇସାରାରେ ନବୀନ ପରିଚାଳିତ । ବିନା ପାଣ୍ଡିଆନରେ ଗୋଟିଏ ପଦ କହିପାରିବେନି ନବୀନ। ସିଏମଙ୍କ ସବୁ ନିଷ୍ପତ୍ତିରେ ହସ୍ତକ୍ଷେପ କରୁଛନ୍ତି ପାଣ୍ଡିଆନ୍ । ନବୀନ ଅସୁସ୍ଥ ସହ ନଜରବନ୍ଦୀରେ ଅଛନ୍ତି ବୋଲି କହିଛନ୍ତି ହିମନ୍ତ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଲା କାହା ସହ ମିଶି ପାରୁନାହାନ୍ତି ।  ଲୋକଙ୍କ ସହ କଥା ହୋଇପାରୁନାହାନ୍ତି । ସବୁ ସମୟରେ ତାଙ୍କ ସାଙ୍ଗରେ ପାଣ୍ଡିୟାନ୍ ରହୁଛନ୍ତି । ଜାଣିବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ପାଣ୍ଡିୟାନଙ୍କ ସାଙ୍ଗରେ ରହୁଛନ୍ତି ନା ପାଣ୍ଡିୟାନଙ୍କ ଚକ୍ରାନ୍ତରୁ ବାହାରି ପାରୁନାହାନ୍ତି। ହାଇକୋର୍ଟ  ଜଜ୍ ଥରେ ନବୀନ ପଟ୍ଟନାୟକଙ୍କ ସହ ଏକାନ୍ତରେ କଥା ହୁଅନ୍ତୁ । ନବୀନ ପଟ୍ଟନାୟକ ଖୁସି ଅଛନ୍ତି କି ନାହାନ୍ତି ଠିକ୍ ଅଛନ୍ତି କି ନାହିଁ । ଏବଂ ପାଣ୍ଡିୟାନ୍ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ମାନଙ୍କ ସହ କଥା ହେବା ପାଇଁ ଏକଲା ଛାଡନ୍ତୁ । ପାଣ୍ଡିୟାନ୍ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପଚର୍ କରି ରଖିଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
t-for-not-transperancy-t-for-tamilnadu-said-himant-biswa-sharma | Argus News