ଦେଶ ଦୁନିଆର ୧୦ ଫଟାଫଟ ଖବର ଉପରେ ପକାନ୍ତୁ ନଜର

Key Points
1- ଜୁନ୍ ୨୩ରେ ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ
1- ଜୁନ୍ ୨୩ରେ ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ... ଆସନ୍ତାକାଲି ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ଜାରି ହେବ ନୋଟିସ୍... ୨୬, ୨୮, ୨୯, ୩୦ ଓ ୩୧ ତାରିଖରେ ନାମାଙ୍କନ ପତ୍ର ଦାଖଲ... ଜୁନ୍ ୨ରେ ନାମାଙ୍କନ ପତ୍ର ହେବ ଯାଞ୍ଚ… ଜୁନ୍ ୨୪ ରେ ଭୋଟ ଗଣତି...
2- ଆଜି ପୁରୀରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ... ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ......ରାଜେନ୍ଦ୍ରଭିଷେକଠୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟକୁ କରାଯିବ ଅନୁମୋଦନ... ରଥଯାତ୍ରାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ହେବ ଆଲୋଚନା...
3- ଆଜି ପ୍ରକାଶ ପାଇବ ଓଡ଼ିଶା ବୋର୍ଡର ଯୁକ୍ତ ଦୁଇ ପରୀକ୍ଷା ଫଳ... ଅପରାହ୍ନ ୪ଟାରେ ଏକସଙ୍ଗେ ବାହାରିବ ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ... ଦୁଇଟି ୱେବସାଇଟରେ ହେବ ରେଜଲ୍ଟ ଉପଲବ୍ଧ... ଚଳିତବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା...
4- ଜ୍ୟୋତି ମାଲହୋତ୍ରା - ପାକିସ୍ତାନ ଲିଙ୍କକୁ ନେଇ ତଦନ୍ତ ଘେରରେ ୟୁଟୁବର୍ ପ୍ରିୟଙ୍କା ସେନାପତି… ତେଜରାତି ଦୋକାନରୁ ପ୍ରିୟଙ୍କାଙ୍କ ପରିବାର କେମିତି ହେଲେ କୋଟିପତି… ପରିବାରର ହଠାତ୍ ଉତଥାନ ପଛରେ କାହାର ଫଣ୍ତିଂ… ତାକୁ ନେଇ ଛାନଭିନ୍... ପୋଲିସ ସ୍କାନରରେ ବ୍ୟାଙ୍କ୍ ଡିଟେଲସଠାରୁ ଆରମ୍ଭ କରି ପ୍ରିୟଙ୍କାଙ୍କ ସୋସିଆଲ ଆକାଉଣ୍ଟ
5- ମୁମ୍ବାଇ କଲ୍ୟାଣରେ ବିଲ୍ଡିଂ ସ୍ଲାବ ଭୁଷୁଡି ୩ ଓଡ଼ିଆଙ୍କ ସମେତ ୬ ମୃତ… ଆଉ ୬ ଆହତ ହସ୍ପିଟାଲରେ ଭର୍ତ୍ତି… ମୃତକଙ୍କ ମଧ୍ୟରେ ଗଞ୍ଜାମର ଗୋଟିଏ ପରିବାରର ତିନି ଜଣ…
6- ଚାରିଦିନ ଲଗାଣ ବର୍ଷା ପରେ ମୁମ୍ବାଇରେ ଜନଜୀବନ ପ୍ରଭାବିତ... ବିଭିନ୍ନ ସ୍ଥାନେ ଉପୁଡି ପଡିଛି ଗଛ, ଅଣ୍ଡରପାସରେ ଜମିଛି ଅଣ୍ଟାଏ ଉଚ୍ଚର ପାଣି... ଚାରି ଦିନ ଲଗାଣ ବର୍ଷା, ଆହୁରି ୪ଦିନ ପାଇଁ ପାଣିପାଗ ବିଭାଗର ଅରେଂଜ ଆଲର୍ଟ... ଆସନ୍ତାକାଲି ଆରବସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ...
7- ମହାକାଶରୁ ଆମେରିକାକୁ ମିଳିବ ସୁରକ୍ଷା... ଶତ୍ରୁର ଆକ୍ରମଣକୁ ପ୍ରତିହତ ପାଇଁ ମହାକାଶରେ ଖଞ୍ଜାଯିବ ଗୋଲଡେନ୍ ଡୋମ୍... ଟ୍ରମ୍ପ ପ୍ରଶାସନ ପକ୍ଷରୁ ୨୫ ବିଲିୟନ ଡଲାରର ଅନୁଦାନ...ତିନି ବର୍ଷ ଭିତରେ ଶେଷ ହେବ ପ୍ରକଳ୍ପ... ଯେ କୌଣସି ମିସାଇଲ ଓ ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିବ ଗୋଲଡେନ୍ ଡୋମ୍...
8- ଅପରେସନ ସିନ୍ଦୁର ସମୟରେ ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହୋଇ ନ ଥିଲା ଏୟାର ଡିଫେନ୍ସ ଗନ; ଦାବିକୁ ଖଣ୍ଡନ କଲା ଭାରତୀୟ ସେନା.......
9- ଜୁନିୟର NTRଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ; ‘ୱାର୍-୨’ ଟିଜର ରିଲିଜ......ଟିଜର ଦେଖିବା ପରେ, ସିନେମା ହଲରେ ଏହି ଫିଲ୍ମ ଦେଖିବା ପାଇଁ ଅପେକ୍ଷା ଆହୁରି ବଢ଼ିଯାଇଛି.....ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବ ।
10- ବଜ୍ରପାତ ଘଡ଼ଘଡ଼ି ବର୍ଷା ନେଇ ୩ ଘଣ୍ଟା ପାଇଁ ସତର୍କ ସୂଚନା... ୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ଆଲର୍ଟ... ୪୦ରୁ ୫୦ କିମି ଘଣ୍ଟା ବେଗରେ ବହିବ ପବନ... କାଳବୈଶାଖୀ ପ୍ରଭାବରେ ସପ୍ତାହେ ଧରି ଭିଜିବ ଅଧା ଓଡ଼ିଶା... ମେ ଶେଷ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା...