୧୦ ବଡ଼ ଖବର ଉପରେ ପକାନ୍ତୁ ନଜର

୧- ପ୍ରକାଶ ପାଇଲା JEE ମେନ୍ସ ପରୀକ୍ଷା ଫଳ ... NTA ପକ୍ଷରୁ ପ୍ରକାଶ ପାଇଲା ରେଜଲ୍ଟ ... ଜାନୁୟାରୀରେ ପ୍ରଥମ ଓ ଏପ୍ରିଲ୍ରେ ଦ୍ବିତୀୟ ଭାଗ ଅନୁଷ୍ଠିତ ହୋଇଥିଲା ପରୀକ୍ଷା … ପ୍ରତିଥର ଭଳି CBT ମୋଡରେ ହୋଇଥିଲା ଏକଜାମ
୨- ଉତ୍ତରପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଅଘଟଣ ... ବିଳମ୍ବିତ ରାତିରେ ୪ ମହଲା କୋଠା ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ … କୋଠାର ଭଗ୍ନାବଶେଷ ତଳେ ଅନେକ ଫସି ରହିଥିବା ଆଶଙ୍କା … ଉଦ୍ଧାର କାମ ଜାରି …
୩- ବଲାଙ୍ଗୀର ପାଟଣାଗଡରେ ନର୍ସ କ୍ରିଷ୍ଣାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ... ଝିଅକୁ ପିଟି ପିଟି ଶ୍ବଶୁର ଘର ଲୋକ ମାରିଦେଇଥିବା ନେଇ ବାପ ଘର ଲୋକଙ୍କ ଅଭିଯୋଗ ... ପୋଲିସର ଛାନଭିନ୍ ... ଯୌତୁକ ଯୋଗୁଁ ଲଗାତାର ଟର୍ଚର ସହୁଥିବାନେଇ ମୃତ୍ୟୁ ପୂର୍ବରୁ ଭିଡିଓ କରିଥିଲେ କ୍ରିଷ୍ଣା ...
୪- ଗଡ଼ ଭୁଶୁଡିବା ଦେଖି ଛାନିଆ ହେଲେଣି ମାଓବାଦୀ … ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ପତ୍ର ଜାରି କରି କଲେ ଶାନ୍ତିବାର୍ତ୍ତା ପାଇଁ ଆବେଦନ ... ଏନକାଉଣ୍ଟର ବନ୍ଦ ପାଇଁ ମାଓ ନେତା ରୂପେଶର ଅପିଲ୍ ...
୫- ଆଜି ହେବ ବିଜେଡି ସଭାପତି ଘୋଷଣା..ନିର୍ଦ୍ବନ୍ଦରେ ନିର୍ବାଚନ ବିଜୟୀ ପରେ ନବମ ଥର ପାଇଁ ସଭାପତି ହେବେ ନବୀନ ପଟ୍ଟନାୟକ...ପୁରୁଣା ଟିମ ନା ଯୁବ ଟିମ ଉପରେ ରହିବ ନବୀନଙ୍କ ଭରସା …. କୋଣଠେସା ହେବେନି ତ ପାଣ୍ଡିଆନଙ୍କ ଆଳରେ ସୁପ୍ରିମୋଙ୍କୁ ଅଙ୍ଗୁଳି ଉଠାଇଥିବା ନେତା ... ପୂର୍ବତନ ବ୍ୟୁରୋକ୍ରଟ୍ ବାବୁଙ୍କ ସମର୍ଥକଙ୍କୁ ମିଳିବ କି ପୁରସ୍କାର, ରହିଛି ନଜର ...
୬- ଓଡ଼ିଶାରେ ପିଏମ୍ଙ୍କ ୨ ଟପ୍ ଅଫିସର … ସମ୍ବଲପୁର IIM ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର … ଭିସୁଟ କାର୍ଯ୍ୟକ୍ରମରେ ବି ଯୋଗଦାନ କରିବାର ସମ୍ଭାବନା … ସେପଟେ ଘଟଗାଁ ଯାଇ ତାରିଣୀଙ୍କୁ ଦର୍ଶନ କରିବେ ଶକ୍ତିକାନ୍ତ ଦାସ …
୭- ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ … ଭୁବନେଶ୍ବର ଘରୋଇ ଚିକିତ୍ସାଳୟରେ ଶେଷ ନିଃଶ୍ବାସ ତ୍ୟାଗ … ଦୀର୍ଘ ୪ ଦଶନ୍ଧି ଧରି ସ୍ବଚ୍ଛ ଓ ନିରପେକ୍ଷ ସାମ୍ବାଦିକତା କରିଥିଲେ ରତିକାନ୍ତ … ରତିକାନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ …
୮- ସରକାରୀ କର୍ମଚାରୀଙ୍କ ବଦଳିରେ ସ୍ବଚ୍ଛତା ଆଣିବାକୁ ନିର୍ଦ୍ଦେଶ… ସବୁ ବିଭାଗକୁ ଚିଠି ଲେଖିଲା ଆଲର୍ଟ କଲା ସାଧାରଣ ପ୍ରଶାସନ ବିଭାଗ…ବଦଳି ବେଳେ ସ୍ବଚ୍ଛତା ବଜାୟ ରଖିବାକୁ ଚିଠିରେ ଉଲ୍ଲେଖ… ପ୍ରତିବର୍ଷ ଏପ୍ରିଲ ୧୫ ରୁ ଜୁନ ୧୫ ମଧ୍ୟରେ ଚାଲିଥାଏ ଟ୍ରାନ୍ସ ଫର୍ ପ୍ରକ୍ରିୟା …
୯- କେଇ ଘଣ୍ଟାର ବର୍ଷାରେ ଉବୁଟୁବୁ ରାଜଧାନୀ... ରାସ୍ତାରେ ପାଣିର ସୁଅ, ଉପୁଡିଲା ଗଛ... କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି...ପ୍ରବଳ ବର୍ଷାରେ କଟକରେ ଜଳବନ୍ଦୀ ପରିସ୍ଥିତି…....ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ତିନି ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା…
୧୦- ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ବେଙ୍ଗାଲୁରୁକୁ ୫ ୱିକେଟରେ ହରାଇଲା ପଞ୍ଜାବ… ୭ ମ୍ୟାଚରୁ ୫ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପଞ୍ଜାବ କିଙ୍ଗସ୍… ସେପଟେ ସମାନ ମ୍ୟାଚରୁ ୪ ବିଜୟ ସହ ଚତୁର୍ଥ ସ୍ଥାନରେ ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।