Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦେଶ ଦୁନିଆର ୧୦ ବଡ଼ ଖବର ଉପରେ ନଜର ପକାନ୍ତୁ

Odisha

ଦେଶ ଦୁନିଆର ୧୦ ବଡ଼ ଖବର ଉପରେ ନଜର ପକାନ୍ତୁ

Ritu Das
Browse all articles by Ritu Das
·1 year ago·2 min read
ଦେଶ ଦୁନିଆର ୧୦ ବଡ଼ ଖବର ଉପରେ ନଜର ପକାନ୍ତୁ

୧- ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର...ଉଦଘାଟନ କରିବା ସହ ନୂଆ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...ଯୋଗ ଦେବେ ଦଳର ସମସ୍ତ ସାଂସଦ, ବିଧାୟକ ଓ ପଦାଧିକାରୀ...ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଓ ବୁଥ୍‌ ସ୍ତରରେ ସଂଗଠନ ମଜଭୁତ୍ କରିବା ଉପରେ ଦିଆଯିବ ଗୁରୁତ୍ବ...
୨- ଭୁଶୁଡୁଛି ମାଓ ଦୁର୍ଗ .... ମାଓ ସଂଗଠନ ଉପରୁ ଆସ୍ଥା ହରାଉଛନ୍ତି ମାଓବାଦୀ ... ଛତିଶଗଡ଼ ନାରାୟଣପୁର ଜିଲ୍ଲା କାନ୍ଦୁଲପାରରେ ବନ୍ଧୁକ ଓ IED ସହ ଆତ୍ମସମର୍ପଣ କଲେ ୫ ମାଓବାଦୀ ... ସେପଟେ ସୁକମାର କିସ୍ତାବରମ୍ ଜଂଗଲରେ ପୋଲିସ ଓ CRPFର ମିଳିତ କମ୍ବିଂ ଅପରେସନ… ତିନି ମାଓବାଦୀ ଗିରଫ
୩- ଭିଜିଲାନ୍ସ ଜାଲରେ ମାଲକାନଗିରି ଚିତ୍ରକୋଣ୍ଡା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର...5 ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ି ବସିଲା ଭିଡିଲାନ୍ସ...ଚିତ୍ରକୋଣ୍ଡା ବାସଭଭନ ସହ ଅନ୍ୟ ସ୍ଥାନରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ
୪- ପୁରୀରୁ କୋଣାର୍କକୁ ହେବ ରେଳ ଚଳାଚଳ...ପୁରୀ ରେଳ ଷ୍ଟେସନରେ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା...ଆସନ୍ତା ୧୨ ରୁ ୧୬ ମାସ ମଧ୍ୟରେ ସରିବ ଜମି ଅଧିଗ୍ରହଣ...ଏପଟେ ଖୁବ ଶୀଘ୍ର ଶେଷ ହେବ ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ପୁରୀ ରେଳଷ୍ଟେସନର ପୁନରୁଦ୍ଧାର କାର୍ଯ୍ୟ
୫- ପାରିବାରିକ କଳହର କରୁଣ ପରିଣତି, ପୁତୁରାର ଟାଙ୍ଗିଆ ଚୋଟରେ ଦାଦାର ମୃତ୍ୟୁ... ଦାଦାର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା...ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର SDP0 ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି
୬- ହନୁମାନ ଜୟନ୍ତୀରେ ଅଯୋଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ .... ସରଜୁ ସ୍ନାନ ପରେ ହନୁମାନ ଗଡ଼ି ଓ ରାମଲାଲାଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ ... ଭିଡ଼କୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା କର୍ମୀ ନିୟୋଜିତ …
୭- ପୁରୀରେ ସାହିଯାତ ବୁଲି ଦେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ... ମୁରବୀମାନେ କଲେ ଭବ୍ୟ ସ୍ୱାଗତ...କୁଣ୍ଢେଇବେଣ୍ଟ ସାହିରେ ଦେଖିଲେ ମାୟାରାବଣ ଓ ସୀତାଚୋରୀ ନୀତି...ଶ୍ରୀମନ୍ଦିର ସିଂହଦ୍ଵାର ନିକଟରୁ ପତିତପାବନଙ୍କ ଦର୍ଶନ ପରେ ବଡ଼ଛତା ମଠ ପାହାଚରେ ବସି ପୂର୍ବତନ ବିଧାୟକ ଓ ସେବକଙ୍କ ସହ କଲେ ଆଲୋଚନା...ସାଙ୍ଗରେ ଥିଲେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ...
୮- ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି
୯- ରାଜ୍ୟରେ ରହିଛି କାଳବୈଶାଖୀର ପ୍ରଭାବ...ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା... ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରକୋପ ଦେଖାଇଥିଲା
୧୦- ଆଇପିଏଲରେ ଆଜି ଯୁଗଳ ଲଢେଇ... ପ୍ରଥମ ମ୍ୟାଚରେ ଗୁଜୁରାଟକୁ ଭେଟିବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍... ଦ୍ବିତୀୟ ମ୍ୟାଚରେ ହାଇଦ୍ରାବାଦ ସହ ପଞ୍ଜାବ କିଙ୍ଗସ ମୁକାବିଲା... ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଓହ୍ଲାଇବ ଗୁଜୁରାଟ ଟାଇଟନ୍ସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
take-a-look-at-the-top-10-news-stories-from-around-the-world | Argus News