Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା କଡ଼ରେ ତାଳସଜ ପସରା

Manini Pattanayak
Browse all articles by Manini Pattanayak
·2 years ago·1 min read
ରାସ୍ତା କଡ଼ରେ ତାଳସଜ ପସରା

ବଲାଙ୍ଗିର: ଗଦା ହୋଇଛି ତାଳ ସଜ।  ଖରାଦିନରେ ତାଳ ସଜ ଖାଇବାର ନିଆରା ମଜା ମଧ୍ୟ ନିଆରା।  ପାଟିକୁ ସୁଆଦି ଲାଗିବା ସହ  ପେଟ ଥଣ୍ଡା ରଖିଥାଏ । ସେଥିପାଇଁ ତ ଡହଡହ ଖରାରୁ ଟିକେ ପେଟକୁ ଥଣ୍ଡା କରିବା ପାଇଁ ବାଟୋଇ ଅଟକି ଯାଇଥାନ୍ତି ତାଳସଜ ପାଖରେ।  ଏହା ହେଉଛି ପାଟଣାଗଡ ବ୍ଲକ ଭଇଁଷା ଗାଁ ନିକଟରେ  ଥିବା ତାଳସଜ ବଜାର। 
ରାସ୍ତାର ଉଭୟପାର୍ଶ୍ବରେ ତାଳପସରା ।  ଗାଁର କିଛି ଗରିବ ଶ୍ରେଣୀର ଲୋକ  ତାଳ ଗଛ ଠିକାରେ ନେଇ ରାସ୍ତା କଡରେ  ବ୍ୟବସାୟ କରି ବେସ ଭଲ  ଦୁଇ ପଇସା ରୋଜଗାର କରିଥାନ୍ତି। ଗ୍ରୀଷ୍ମ ମାସର ତିନିମାସ ଏହି ତାଳସଜ ବେପାରି ମାନେ ତାଳ ବେପାରକୁ ଏକ ଉତ୍ତମ ବେପାର ରୂପେ ବାଛିନେଇଥାନ୍ତି ।

ଖରା ମାସରେ ତାଳସଜ ଖାଇବାର ମଜା  କିଛି ଅଲଗା । ରାସ୍ତାରେ ଯାଉଥିବା ଯାତ୍ରି ମାନେ ତାଳସଜ ପସରାକୁ ଦେଖି ଅଟକି  ତାଳ ଖାଇବା ସହ  ନିଜ ଘରପାଇଁ ମଧ୍ୟ କିଛି ତାଳସଜ କିଣି ନେଇଥାନ୍ତି ।  ତାଳସଜ ଖାଇଲେ ପେଟ ଥଣ୍ଡା ରହିବା ସହ ଅଂଶୁଘାତରୁ ରକ୍ଷାମିଳିଥାଏ ଏବଂ ଶରୀରର କିଛି ରୋଗ ମଧ୍ୟ ଦୂର ହୋଇଥାଏ  ବୋଲି କୁହାଯାଇଥାଏ। 
ବୈଷାଖ ଏବଂ ଜ୍ୟୈଷ୍ଠ ମାସର ମୁଣ୍ଡଫଟା ଖରାରେ ଲୋକେ ଟିକିଏ ଆରାମ ପାଇବା ପାଇଁ ତାଳ ସଜ ଖାଇ ମଜା ନେଇଥାନ୍ତି।  ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ତାଳସଜ ବେପାର ପାଟଣାଗଡ଼ ବଲାଙ୍ଗିର ରାଜ୍ୟରାଜପଥ ଭଇଁଷା ଠାରେ ଥିବା ରାସ୍ତା କଡରେ ଜମିବାରେ ଲାଗିଛି ।
 
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Talasaj pasara on the roadside | Argus News