Videos
|
Odisha

ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ, ୪ ଲକ୍ଷ ୫୧ ହଜାର ଟଙ୍କାରେ ଲଡୁ ନିଲାମ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ, ୪ ଲକ୍ଷ ୫୧ ହଜାର ଟଙ୍କାରେ ଲଡୁ ନିଲାମ

Key Points

୪ ଲକ୍ଷ ୫୧ ହଜାର ଟଙ୍କାରେ ଲଡୁ ନିଲାମ
ଅନୁଗୋଳ ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି
୪୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ଲଡୁ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମ

ଅନୁଗୋଳ ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ୪୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମ ହୋଇଛି । ଏହି ଲଡୁ କିଣିଛନ୍ତି ତାଳଚେରର ପଟନାୟକ ବ୍ରଦର୍ଶ । ଭସାଣିର ଗୋଟିଏ ଦିନ ପୂର୍ବରୁ ଏହି ଲଡୁ ନିଲାମ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ପ୍ରଥମେ ନିଲାମ ଡାକରାରେ ୧୨ ଲକ୍ଷ ଟଙ୍କାରେ ସୌଭାଗ୍ୟ ମହାରଣା ନିଲାମ ନେଇଥିଲେ କିନ୍ତୁ ସେ ପଇସା ପୈଠ ନକରି ସେଠାରୁ ପଳାଇଥିଲେ । ପରେ ପୁଣି ଥରେ ନିଲାମ ଡକାଯାଇଥିଲା ଯେଉଁଥିରେ ପଟ୍ଟନାୟକ ବ୍ରଦର୍ଶ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମୀ ଧରିଥିଲେ ।


ସରିଛି ଗଣେଶ ପୂଜା। ଗାଁଠୁ ସହର ସବୁଠି ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳିଥିଲା। ଏହାରି ଭିତରେ ଅନୁଗୁଳ ତାଳଚେରରେ ବଡ଼ ଧରଣର ଗଣେଶ ପୂଜା ପ୍ରତ୍ୟେକ ବର୍ଷ ହୋଇଥାଏ। ଗଣେଶ ପୂଜାର ଆକର୍ଷଣ ଥାଏ ଆଜ୍ଞା ଲଡୁ। ଯାହା ଚଳିତ ବର୍ଷ ବଧ୍ୟ ୪୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ହୋଇଥିଲା। ଯାହାର ନିଲାମ କରାଯାଇଥିଲା। ଏହାକୁ ଦେଖିବାକୁ ପାଇଁ ଦୂରଦୂରାନ୍ତରରୁ ଲୋକଙ୍କ ଭିଡ଼ ଜମିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Talcher Ganesh Puja 2025: Ajna Laddu Auctioned for ₹4.51 Lakh | Argus News | Argus News