|
logo
Live
Argus News App
GET APP

Argus News - ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡ଼ିଗଲା Car, ୧୦ରୁ ଅଧିକ ଗୁରୁତର

Odisha

Series Accident / ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡ଼ିଗଲା Car, ୧୦ରୁ ଅଧିକ ଗୁରୁତର

Sushanta Sahoo
Browse all articles by Sushanta Sahoo
·7 months ago·1 min read
ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡ଼ିଗଲା Car, ୧୦ରୁ ଅଧିକ ଗୁରୁତର

Key Points

ପୋଲିସ ବ୍ୟାରିକେଡ୍ ଭାଙ୍ଗିବା ସହ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ଆଇଟିଆଇ ଛକ ପାଖରେ ମଧ୍ୟ ଏକାଧିକ ଗାଡ଼ିକୁ ପଛରୁ ଧକ୍କା ଦେଇ ବାଇପାସ୍ ଛକ ଆଡ଼କୁ ଖସି ପଳାଇଥିଲା ।

ତାଳଚେର: ତାଳଚେରରେ ଜମୁଛି ଗଣେଶ ପୂଜା । ଲାଗି ରହିଛି ଗହଳି ଚହଳି । ସହରରେ ଉତ୍ସବର ମାହୋଲ୍ ରହିଥିବା ବେଳେ ସିରିଜ୍ ଦୁର୍ଘଟଣା ଘଟାଇଛି କାର୍ । ନିଶାସକ୍ତ କାର୍ ଡ୍ରାଇଭର ୨୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଇଥିବା ବେଳେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।


ସୂଚନା ଅନୁସାରେ, ସୁନ୍ଦରଗଡ଼ରେ ପଞ୍ଜିକୃତ ଧଳା ରଙ୍ଗର କାର୍‌ଟି ହଣ୍ଡିଧୂଆଁ ଆଡ଼ୁ ଦ୍ରୁତଗତିରେ ମାଡ଼ି ଆସିଥିଲା । ପୋଲିସ ବ୍ୟାରିକେଡ୍ ଭାଙ୍ଗିବା ସହ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ଆଇଟିଆଇ ଛକ ପାଖରେ ମଧ୍ୟ ଏକାଧିକ ଗାଡ଼ିକୁ ପଛରୁ ଧକ୍କା ଦେଇ ବାଇପାସ୍ ଛକ ଆଡ଼କୁ ଖସି ପଳାଇଥିଲା ।


କାର୍‌ଟି ଏକାଧିକ ଗାଡ଼ିକୁ ଧକ୍କା ଦେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । ଯେଉଁଥିରେ ଦେଖା ଯାଉଛି କାର୍‌ଟି ବାଇକ୍ ଓ ସ୍କୁଟିକୁ ପଛରୁ ଧକ୍କା ଦେଉଛି । ଯେଉଁଥିରେ ଲୋକେ ଗାଡ଼ିରୁ ଛିଟକି ତଳେ ପଡ଼ୁଛନ୍ତି । ଆଉ କିଛି ଲୋକଙ୍କୁ କାର୍ ବନେଟରେ କିଛି ଦୂର ଘୋଷାଡ଼ି ନେଇ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକାଧିକ ଗାଡ଼ିକୁ ଧକ୍କା ଦେଇ କାର୍‌ଟି ଖସି ପଳାଉଥିବା ବେଳେ ପିଛା କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ । ଶେଷରେ କାର୍‌କୁ ଗୋଡ଼ିବନ୍ଧ ଅଞ୍ଚଳରୁ ଧରିବାରେ ସଫଳ ହୋଇଛି ପୋଲିସ । କାର୍ ଚାଳକକୁ ପୋଲିସ ଗିରଫ କରି ପଚରାଉଚରା କରୁଛି । କାର୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Related Topics

Explore more stories

Sponsored
Series Accident: ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡ଼ିଗଲା Car, ୧୦ରୁ ଅଧିକ ଗୁରୁତର | Argus News