Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 କଳାଧନ କୁବେର ଧୀରଜ ସାହୁଙ୍କ ପୁରୁଣା ଟ୍ବିଟକୁ ନେଇ ଚର୍ଚ୍ଚା

Manini Pattanayak
Browse all articles by Manini Pattanayak
·2 years ago·2 min read
 କଳାଧନ କୁବେର ଧୀରଜ ସାହୁଙ୍କ ପୁରୁଣା ଟ୍ବିଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର:  କଳାଟଙ୍କାର ପାହାଡ଼ରେ ବସି କଳାଧନ ଓ ଦୁର୍ନୀତି ଉପରେ ଭାଷଣ। କଳାଧନ କୁବେର ଧୀରଜ ସାହୁଙ୍କ ପୁରୁଣା ଟ୍ବିଟକୁ ନେଇ ଚର୍ଚ୍ଚା। ଯେଉଁଥିଲେ କଳାଧନ ଓ ଭ୍ରଷ୍ଟାଚାର ସମ୍ପର୍କରେ ବଡ଼ ବଡ଼ କଥା ଲେଖିଛନ୍ତି ଏହି କଂଗ୍ରେସ ସାଂସଦ। 12 ଅଗଷ୍ଟ 2022ରେ କରିଥିବା ଟ୍ବିଟରେ ଏହି କଳାଧନ କୁବେର ଲେଖିଛନ୍ତି। ନୋଟ୍‌ବନ୍ଦୀ ପରେ ବି ଏତେ କଳାଧନ ଓ ଭ୍ରଷ୍ଟାଚାର ଦେଖି ମନ ବ୍ୟଥିତ ହୋଇଯାଉଛି। ମୁଁ ବୁଝି ପାରୁନି ଲୋକେ ଏତେ କଳାଧନ କେଉଁଠୁ ଜମା କରିପାରୁଛନ୍ତି ? ଯଦି ଏହି ଦେଶରୁ କେହି ଭ୍ରଷ୍ଟାଚାର ମୂଳରୁ ଶେଷ କରିପାରିବ, ସେ ହେଉଛି କେବଳ କଂଗ୍ରେସ। 

ଇଏ ସଇତାନର ବେଦପାଠ ନୁହେଁତ ଆଉକଣ ? ଯିଏ ଅସାଧୁ ଉପାୟରେ ଶହ ଶହ କୋଟିର କଳାଧନ ବେଆଇନ ଭାବେ ଠୁଳ କରି ରଖିଛି ତା ମନ କଳା ଧନ ଓ ଭ୍ରଷ୍ଟାଚାର ଦେଖି ବ୍ୟଥୀତ ହୋଇଯାଉଛି। ଆଉ ପୁଣି କହୁଛନ୍ତି ଦେଶରୁ ସେହି ଦଳ ଭ୍ରଷ୍ଟାଚାର ଶେଷ କରିପାରିବ ଯେଉଁ ଦଳ ବିରୋଧରେ ଭ୍ରଷ୍ଟାଚାରର ଲମ୍ବା ତାଲିକା। ସେପଟେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଭ୍ରଷ୍ଟାଚାର ପ୍ରସଙ୍ଗରେ କଂଗ୍ରେକୁ କରିଛନ୍ତି କଟାକ୍ଷ। ପିଏମ୍ ଲେଖିଛନ୍ତି ଯେତେବେଳେ ଆମ ପାଖରେ କଂଗ୍ରେସ ପାର୍ଟି ଅଛି ଭାରତରେ 'ମନି ହିଷ୍ଟ୍' ପରି କାଳ୍ପନିକ କାହାଣୀର ଆବଶ୍ୟକତା ନାହିଁ। ଯାହାର 70 ବର୍ଷର ଲୁଟ୍ ର ଇତିହାସ ଏବେ ବି ଜାରି ରହିଛି।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ସାହୁ ବ୍ରଦର୍ସଙ୍କ ଏକାଧିକ ଆଡ୍ଡାରୁ ପ୍ରାୟ 350କୋଟି ନଗଦ ଟଙ୍କା ଜବତ ପରେ ଏବେ ଅନ୍ୟ କେଉଁଠାରେ ଟଙ୍କା ଓ ସୁନା ଲୁଚାଯାଇଛି ତାର ଖୋଲତାଡ଼ କରୁଛି ଆୟକର ବିଭାଗ। ରାଞ୍ଚି ସ୍ଥିତ ଧୀରଜ ସାହୁଙ୍କ ଘରେ ଜିଓ ସର୍ଭିଲାନ୍ସ ମାଧ୍ୟମରେ ମାଟି ତଳେ କିମ୍ବା ଅନ୍ୟ କେଉଁଠାରେ କଳାଧନ ଲୁଚାଯାଇଛି କି ନାହିଁ ତାର ଅନୁସନ୍ଧାନ କରାଯାଉଛି। ଓଡ଼ିଶାରେ ଥିବା ସାହୁ ବ୍ରଦର୍ସଙ୍କ ବିଭିନ୍ନ ଠିକଣା ଓ ମଦ ଭାଟିରେ ମଧ୍ୟ ଜିଓ ସର୍ଭିଲାନ୍ସ ମାଧ୍ୟମରେ ମାଟିତଳେ କଳାଧନ ସନ୍ଧାନ କରାଯିବ ବୋଲି ଜଣାପଡ଼ିଛି। ସାହୁ ବ୍ରଦର୍ସଙ୍କ କଳା ଟଙ୍କା ଦେଖି ସାରା ଦେଶ ତାଜୁବ। ଆହୁରି କଳାଧନ ଲୁଚାଯାଇଥିବା ସନ୍ଦେହରେ ଆୟକର ବିଭାଗ ଚଳାଇଛି ଖୋଳତାଡ୍। ସପେଟ ଏହକୁ ନେଇ ବଡ଼ ଆକ୍ସନର ସଙ୍କେତ ଦେଇସାରିଛନ୍ତି ମୋଦ ସରକାର। ଏପରିକି ଖୋଦ୍  ପ୍ରଧାନମନ୍ତ୍ରୀ ଦେଇଛନ୍ତି ଖୋଲା ଚେତାବନୀ। ପାହି ପାହି ଆଦାୟ ହେବ। ଆଉ କଳାଟଙ୍କା ଠୁଳ କରିବାରେ ସାହୁ ବ୍ରଦର୍ସଙ୍କର ସହଯୋଗୀ ସାଜିଥିବା ଚରିତ୍ରଙ୍କ ଉପରୁ ବି ଉଠିବ ପରଦା। କେନ୍ଦ୍ର ସରକାରଙ୍କ ପରବର୍ତ୍ତି ଆକ୍ସନକୁ ଏବେ ଅପେକ୍ଷା।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Talk about Kaladhan Kuber Dheeraj Sahu's old tweet | Argus News