Tamil Nadu Gas Leak / ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
·2 months ago·2 min read

Key Points
ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି
ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ତେଲକୋଇର କବିତା ଜୁଆଙ୍ଗଙ୍କ ମୃତ୍ୟୁ
ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ତେଲକୋଇର କବିତା ଜୁଆଙ୍ଗଙ୍କ ମୃତ୍ୟୁ
ଭୁବନେଶ୍ବର,୨୮/୦୬: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି । ଜୁନ୍ ୨୧ ତାରିଖରେ ତାମିଲନାଡୁ ତିରୁଭାଲ୍ଲୁର ଜିଲ୍ଲାରେ ଏକ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଟାଙ୍ଗିରି ପଞ୍ଚାୟତ ରାଇସୁଆଁ ଗ୍ରାମର ବୁରୁଣ୍ଡା ଜୁଆଙ୍ଗଙ୍କ ଝିଅ କବିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଛି । ଏବେ ବି ଅନେକ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।
ଏବେ ବି ଅନେକ ଆହତ ଶ୍ରମିକ ଚେନ୍ନାଇର ଚାରୋଟି ହସ୍ପିଟାଲରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ପ୍ରକାଶ ପାଉଛି । ଏନେଇ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଏହି ଘଟଣାର ତଦନ୍ତ କରୁଥିବା ତାମିଲନାଡୁ ପୋଲିସ ଶ୍ରମିକ ସର୍ଦାର ଶ୍ରୀକାନ୍ତ ଜୁଆଙ୍ଗଙ୍କୁ ଗିରଫ କରିଛି । ତାଙ୍କୁ ଜେରା କରି ଶ୍ରମିକମାନଙ୍କୁ କିପରି ଏବଂ କେଉଁ ପ୍ରକ୍ରିୟାରେ ତାମିଲନାଡୁକୁ ଆଣାଯାଉଥିଲା, ତାହାର ଖୋଳତାଡ଼ ଚାଲିଛି।
ପଢନ୍ତୁ ଏହି ଖବର: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା
ପ୍ରାଥମିକ ସୂଚନା ଅନୁଯାୟୀ, କେନ୍ଦୁଝର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକଙ୍କୁ ଶ୍ରୀକାନ୍ତ ଜୁଆଙ୍ଗ ତାମିଲନାଡୁକୁ ନେଇ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମରେ ନିୟୋଜିତ କରିଥିବା କଥା ସାମ୍ନାକୁ ଆସିଛି । ଏହି ନିଯୁକ୍ତି ପ୍ରକ୍ରିୟା ଆଇନସମ୍ମତ ଥିଲା କି ନାହିଁ ? ଏବଂ ସମସ୍ତ ନିୟମ ପାଳନ କରାଯାଇଥିଲା କି ନାହିଁ ? ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି।
ଏପଟେ ଓଡ଼ିଶା ସରକାର ମୃତକଙ୍କ ପରିବାରକୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପକ୍ଷରେ ଫେରି ଆସିଥିବା ଶ୍ରମିକ ଓ ତାଙ୍କ ଅଭିଭାବକମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିତ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ସେମାନେ ଫେରିଥିବା କହିଛନ୍ତି। ତେଲକୋଇ ବିଧାୟକ ମଧ୍ୟ ଶ୍ରମିକମାନଙ୍କ ସହିତ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରି ଭାବବିହ୍ବଳ ହୋଇପଡିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦୁଝର ଜିଲ୍ଲା ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଓ ଘଟଗାଁ ବ୍ଲକ୍ରୁ ଜୁଆଙ୍କ ପୁଅଝିଅଙ୍କୁ ଏହି ଦଲାଲମାନେ ଗତ ୬ ମାସ ତଳେ ତାମିଲନାଡ଼ୁ ନେଇଥିଲେ। ସେଠାରେ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କରିବା ସହିତ ୩୦ ଦିନ କାର୍ଯ୍ୟ କଲେ ୧୫ ହଜାର ଟଙ୍କା ମଜୁରି ବାବଦକୁ ଦିଆଯାଉଥିଲା। ଗତ ରବିବାର ଦିନ ଉକ୍ତ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ କରିବାକୁ କେନ୍ଦୁଝର ଜିଲ୍ଲାର ୫ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଦୁର୍ଘଟଣା ପରେ କାରଖାନା ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନଙ୍କୁ ରାଜ୍ୟ ସରକାର ନିଜ ହେପାଜାତରେ ଫେରାଇ ଆଣିଛନ୍ତି।
Related Topics
Explore more stories