Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Three More Odia Workers Die / ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ଆଖି ବୁଜିଲେ ଆଉ ତିନି ଜଣ ଓଡ଼ିଆ ଶ୍ରମିକ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ଆଖି ବୁଜିଲେ ଆଉ ତିନି ଜଣ ଓଡ଼ିଆ ଶ୍ରମିକ
Three More Odia Workers Die

Key Points

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା
ଆଖି ବୁଜିଲେ ଆଉ ତିନି ଜଣ ଓଡ଼ିଆ ଶ୍ରମିକ
ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ଭୁବନେଶ୍ବର,୨୬/୦୬: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଖି ବୁଜିଲେ ଆଉ ତିନିଜଣ ଓଡ଼ିଆ ଶ୍ରମିକ । ଆଜି ଚିକିତ୍ସାଧୀନ ଅବସ୍ଥାରେ ଗଲା ତିନିଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି । ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କାଞ୍ଜିପାଣି ଥାନା ତଳରାଇଡିହା ଗ୍ରାମର ଦୀପାଞ୍ଜଳୀ ଜୁଆଙ୍ଗ ଓ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ରିତା ଜୁଆଙ୍ଗ । କେବଳ କେନ୍ଦୁଝର ଟାଙ୍ଗିରି ଗାଁର ତିନି ଜଣଙ୍କ ହୋଇଛି ମୃତ୍ୟୁ । ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲସି-ଫୁଡ ଏକ୍ସପୋର୍ଟ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ୍ ହୋଇଥିଲା।

ସୂଚନାଯୋଗ୍ୟ ଯେ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା । ହେଲେ ପ୍ରାଥମିକ ଭାବେ କେନ୍ଦୁଝରରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯାହାଙ୍କର ମୃତଦେହ ଗାଁ ମାଟିକୁ ଅଣାଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ କାଞ୍ଜିପାଣି ଥାନା ତଳରାଇଡିହା ଗାଁ ଦୀପାଞ୍ଜଳୀ ଜୁଆଙ୍ଗ। ଗୁରୁବାର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ ଏହି ଖବର: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା

ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ସମସ୍ତ ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଠରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଘଟଣା ଘଟିବା ପରେ ତାମିଲନାଡୁକୁ   ଶ୍ରମ ଏବଂ ESI ବିଭାଗର ଟିମକୁ ପଠାଇଥିଲେ। ଶ୍ରମ ଏବଂ ESI ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲାଙ୍କ ନେତୃତ୍ୱରେ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ସହ ଗୁରୁତରଙ୍କୁ ଚିକିତ୍ସା ବ୍ୟବସ୍ଥା କରିଥିଲେ। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu Gas Leak: Three More Odia Workers Die in Industrial Tragedy | Argus News