Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tampara Lake / ଧୀରେ ଧୀରେ ସଙ୍କୁଚିତ ହେଉଛି ତାମ୍ପରା ହ୍ରଦ, କମୁଛି ଜଳସ୍ତର

Rashmita Mishra
Browse all articles by Rashmita Mishra
·7 months ago·2 min read
ଧୀରେ ଧୀରେ ସଙ୍କୁଚିତ ହେଉଛି ତାମ୍ପରା ହ୍ରଦ, କମୁଛି ଜଳସ୍ତର

Key Points

ବିପଦରେ ପ୍ରସିଦ୍ଧ ତାମ୍ପରା ହ୍ରଦ । 
ବିଭିନ୍ନ କାରଣରୁ ତାମ୍ପରା ହ୍ରଦ ଧୀରେ ଧୀରେ ସଙ୍କୁଚିତ ହେଉଛି କମୁଛି ଜଳସ୍ତର ।
ପୁନଃରୁଦ୍ଧାର ନ ହେଲେ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ହ୍ରଦ ।
୭୫୦ ଏକର ପରିମିତ ଜାଗାରେ ବ୍ୟାପି ରହିଛି ଏହି ବିଶାଳ ଜଳାଶୟ ।

ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି ଓଡ଼ିଶାର ପ୍ରମୁଖ ମଧୁର ଜଳ ହ୍ରଦ ତଥା ପର୍ଯ୍ୟଟନ ସ୍ଥଳୀ ତାମ୍ପରା ହ୍ରଦ...ବର୍ଷତମାମ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ସେହି ତାମ୍ପରା ଏବେ ପୋତି ହେବାକୁ ବସିଲାଣି । ଏହାର ପାଣି ମଧ୍ୟ ଶୁଖି ଶୁଖି ଯାଉଛି l ତାମ୍ପରା ହ୍ରଦର ଶେଷଭାଗରେ ବର୍ଷାଜଳକୁ ସଂରକ୍ଷଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ସହ ଚେକଡ୍ୟାମ୍ ନାହିଁ। ଫଳରେ ହ୍ରଦର ପାଣି ସିଧାସଳଖ ସମୁଦ୍ରରେ ମିଶୁଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିପଦରେ ପ୍ରସିଦ୍ଧ ତାମ୍ପରା ହ୍ରଦ...ସଂକୁଚିତ ହେଉଛି ….କମୁଛି ଜଳସ୍ତର । ପୁନଃରୁଦ୍ଧାର ନ ହେଲେ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ହ୍ରଦ । ଏହି ବିଶାଳ ଜଳାଶୟରେ ଯଥେଷ୍ଟ ପାଣି ନାହିଁ । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀର ଡାହାଣ ପାର୍ଶ୍ଵରେ ରହିଛି ଏହି ହ୍ରଦ । ୭୫୦ ଏକର ପରିମିତ ଜାଗାରେ ବ୍ୟାପି ରହିଛି ଏହି ବିଶାଳ ଜଳାଶୟ । ଯାହାକି ଋଷିକୁଲ୍ୟା ନଦୀ ସହ ସଂଯୁକ୍ତ। ନଦୀର ବନ୍ୟାଜଳ ଏହାର ଜୈବ ବିବିଧତାକୁ ସମୃଦ୍ଧ କରିଥାଏ। ଏଥିପାଇଁ ଏହି ହ୍ରଦ ରାମସର ଆର୍ଦ୍ରଭୂମି ତାଲିକାରେ ସାମିଲ ହୋଇଛି। ଆଉ ଏଠାକାର ପରିବେଶ ୬୦ ପ୍ରଜାତିର ପକ୍ଷୀ ଓ ୪୬ ପ୍ରଜାତିର ମାଛ ପାଇଁ ବେଶ୍ ଅନୁକୂଳ । ଏଠାରୁ ଛତ୍ରପୁର ସହରକୁ ପିଇବା ପାଣି ଯୋଗାଣ ହେଉଛି । ଏହାସହ ଜଳକ୍ରୀଡ଼ା ଓ ଭାରତୀୟ ସେନା ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ପାଇଁ ତାମ୍ପରା ହ୍ରଦକୁ ବ୍ୟବହାର କରାଯାଉଛି ।

ବୋଟିଂ ସମେତ ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ସୁବିଧା ଏଠାରେ କରଯାଇଛି । କିନ୍ତୁ ବିଭିନ୍ନ କାରଣରୁ ତାମ୍ପରା ହ୍ରଦ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଏହାର ପାଣି ମଧ୍ୟ ଶୁଖି ଶୁଖି ଯାଉଛି । ତାମ୍ପରା ହ୍ରଦର ଶେଷଭାଗରେ ବର୍ଷାଜଳକୁ ସଂରକ୍ଷଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଚେକଡ୍ୟାମ୍ ନାହିଁ । ଫଳରେ ହ୍ରଦର ପାଣି ସିଧାସଳଖ ସମୁଦ୍ରରେ ମିଶୁଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟପକ୍ଷରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଛାଟ ପରେ ପାଣି ଭିତରେ ନିର୍ମାଣ କରାଯାଉଥିବା କୋଠାଗୁଡ଼ିକ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ସେଗୁଡ଼ିକରେ ଶିଆଳି ଲାଗିଗଲାଣି । ଛତ୍ରପୁର ବିଧାୟକ କହିଛନ୍ତି, ଏ ନେଇ ଡିପିଆର ପ୍ରସ୍ତୁତ ହୋଇଛି । ରାଜ୍ୟ ଖଣି ପରିବାହନ ମନ୍ତ୍ରୀ ପୁନଃରୁଧାର ସହ କିପରି ବିକାଶ ହୋଇପାରିବ ତାର ତଦାରଖ କରିଛନ୍ତି । ଯଥାଶୀଘ୍ର ଏହାର ବିକାଶ ଦିଗରେ କାର୍ଯ୍ୟ କରାଯିବ । ଏବେ ତାମ୍ପରା ହ୍ରଦର ରକ୍ଷଣା ବେକ୍ଷଣ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tampara Lake | Tampara Lake Shrinks Gradually, Water Level Drops Alarmingly | Argus News