Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ମଝିରେ ହଠାତ୍ ଜଳିଲା ଟ୍ୟାଙ୍କର

Smruti Parija
Browse all articles by Smruti Parija
·1 year ago
ରାସ୍ତା ମଝିରେ ହଠାତ୍ ଜଳିଲା ଟ୍ୟାଙ୍କର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚି ଠାରେ ଏକ ଟ୍ୟାଙ୍କର ଚକାରେ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଖବର ପ୍ରଚାର ହେବା ପରେ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । 

ଘଟଣାରୁ ଜଣାପଡିଛି ଯେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ସିମେଣ୍ଟ ପାଉଡ଼ର ବୋଝେଇ କରି ଆସୁଥିବା ଟ୍ୟାଙ୍କର ପଛ ଚକାରେ ହଠାତ ନିଆଁ ଲାଗିଥିଲା । ଫଳରେ ହୁ ହୁ ହୋଇ ଜଳିବା ପରେ ଟ୍ୟାଙ୍କର ର ଚାଳକ ଗାଡି ଛାଡି ବହୁ ଦୂର କୁ ପଳାଇଯାଇଥିଲେ । ପରେ ଏହି ନିଆଁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ କୁ ଆୟତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tanker-catch-fire-in-angul | Argus News