ବ୍ରେକ ଫେଲ୍ ହୋଇ ଘର ଉପରକୁ ମାଡ଼ିଗଲ ଟ୍ୟାଙ୍କର, ବୃଦ୍ଧା ମୃତ
·1 year ago·1 min read

Key Points
ବ୍ରେକ ଫେଲ୍ ହୋଇ ଘର ଉପରକୁ ମାଡ଼ିଗଲ ଟ୍ୟାଙ୍କର
ରାୟଗଡ଼ା ଗୁମ୍ମା ଘାଟି ନିକଟରେ ଘଟିଛି ଦୁର୍ଘଟଣା
ଜଣେ ମୃତ
ବ୍ରେକ ଫେଲ୍ ହୋଇ ଘର ଉପରକୁ ମାଡ଼ିଗଲ ଟ୍ରକ । ରାୟଗଡ଼ା ଗୁମ୍ମା ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକଟି ରାସ୍ତା କଡରେ ଥିବା ଗୋଟିଏ ଘର ସହିତ ଦୁଇଟି ଦୋକାନ ଗୃହକୁ ମାଡ଼ି ଯାଇଛି । ଘରେ ଭିତରେ ଲକ୍ଷ୍ମୀ ପାତ୍ର ନାମକ ବୃଦ୍ଧା ଶୋଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ଥିବା ସୂଚନା ରହିଛି । ଟ୍ରକ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ସୁନ୍ଦରଗଡ ତୁଶୁର ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ମିଳିଥିବା ସୂଚନା ଅନୁଶାରେ ଆଜି ଭୋର ୩ ଟା ସମୟରେ ଟ୍ୟାଙ୍କର ଗାଡିଟି ଟିକିରି ଅଞ୍ଚଳରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ବ୍ରେକଫେଲ ଯୋଙ୍ଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: