Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୃହରୁ ୭ ଦିନ ପାଇଁ ନିଲମ୍ବିତ ହେଲେ ତାରା

Rashmita Mishra
Browse all articles by Rashmita Mishra
·1 year ago·2 min read
ଗୃହରୁ ୭ ଦିନ ପାଇଁ ନିଲମ୍ବିତ ହେଲେ ତାରା

7 ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଡା ଆକ୍ସନ। ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ । ଦିନରେ ଘଟିଥିବା ଘଟଣାକୁ ନେଇ ତାଙ୍କୁ ନିଲମ୍ୱନ କରାଯାଇଛି । ୭ ଦିନ ନିଲମ୍ୱନ ପାଇଁ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ତାରାଙ୍କ ନିଲମ୍ୱନଙ୍କୁ ନେଇ ବିରୋଧ କରିଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ ।

ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।


ବିଜେଡି ଓ କଂଗ୍ରେସ ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ନିନ୍ଦନୀୟ ବୋଲି କହିଥିଲେ ସରୋଜ। ଆଜି ବିଧାନସଭା ପ୍ରଶ୍ନକାଳରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ଉତ୍ତର ରଖୁଥିବାବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ମନ୍ତ୍ରୀଙ୍କ ପାଖକୁ ଯାଇ ମାଇକ୍ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏମିତି ନ କରିବାକୁ ମନ୍ତ୍ରୀ ହାତ ଯୋଡ଼ି ନିବେଦନ କଲେ । ତଥାପି ପଛକୁ ହଟିନଥିଲେ ତାରା ବାହିନୀ ପତି । ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ଗତକାଲି ବି ବିଧାନସଭାରେ SC/ST ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରିଥିଲେ ତାରାବାହିନୀ ପତି । ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବା ସହ ତାଙ୍କ ଉପରକୁ ବ୍ୟାନର ଓ ପୋଷ୍ଟର ଫିଙ୍ଗିଥିଲେ । ଅନ୍ୟପଟେ ବାଚସ୍ପତିଙ୍କ ନିଲମ୍ବନ ନିର୍ଦ୍ଦେଶ ପରେ ତାରା କହିଛନ୍ତି ସାରା ରାତି ଧାରଣାରେ ବସିବେ । ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରତିବାଦ କରିବେ ତାରାଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tara-gets-7-day-house-suspension | Argus News