Videos
|
Odisha

କୋରାପୁଟ କେଭିରୁ ତରୁଣ କୁମାର ଦାସ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋରାପୁଟ କେଭିରୁ ତରୁଣ କୁମାର ଦାସ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

Key Points

ତରୁଣ କୁମାର ଦାସଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର
କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ତରୁଣ କୁମାର ଦାସ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସମ୍ମାନିତ ହେବେ

କୋରାପୁଟ କେଭିରୁ ତରୁଣ କୁମାର ଦାସ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । ଏଖବର ପରେ ସବୁଠି ଖୁସିର ମାହୋଲ। କୋରାପୁଟ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକଅରୁଣ କୁମାର ଦାସ । କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସମ୍ମାନିତ କରାଯିବ । ସମାଜରେ କୁସଂସ୍କାର ଦୂର କରିବାରେ ଅନବରତ ଚେଷ୍ଟା କରି ଆସୁଛନ୍ତି ତରୁଣ ସାର ।


ତରୁଣ ସାରଙ୍କ ୭ କ୍ଷୁଦ୍ର ଚଳଚିତ୍ର ଜାତୀୟ ସ୍ତରରେ ପୂର୍ବରୁ ପୁରସ୍କୃତ ହୋଇଛି । ପିଲାଙ୍କ ମାନସିକ ଏବଂ ଶାରୀରିକ ସ୍ତରରେ 'ମଣ୍ଡେ ମିଲେଟ ଡେ ' ଭଳି ଅଭିଯାନ ଆରମ୍ଭ କରିଛନ୍ତି । ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ହ୍ରାସ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ତରୁଣ ସାର । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଠାରୁ ୨୦୨୩ରେ ପୁରସ୍କୃତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: