Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସିକା ଚିନି କଳ ପୁନରୁଦ୍ଧାର ପାଇଁ ଟାସ୍କ ଫୋର୍ସ

Odisha

ଆସିକା ଚିନି କଳ ପୁନରୁଦ୍ଧାର ପାଇଁ ଟାସ୍କ ଫୋର୍ସ

Smruti Parija
Browse all articles by Smruti Parija
·1 year ago·1 min read
ଆସିକା ଚିନି କଳ ପୁନରୁଦ୍ଧାର ପାଇଁ ଟାସ୍କ ଫୋର୍ସ

ଅର୍ଗସ ବ୍ୟୁରୋ: ଆସିକା ଚିନି କଳର ହେବ ପୁନରୁଦ୍ଧାର । ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଗଠନ କରାଯିବ ଟାସ୍କ ଫୋର୍ସ । ଏହି ଟାସ୍କ ଫୋର୍ସରେ କୃଷି,  ଅର୍ଥ,  ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ରହିବେ । ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଚିନି କଳ ଏକ ପୁରାତନ ଚିନି କଳ । ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି । ତେଣୁ, ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ  ଅନୁଧ୍ୟାନ କରି ସେମାନଙ୍କ ମତାମତ ଦେବେ। ଏହି ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ । ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ ଭି ସିଂହଦେଓ, ଆଇନ ମନ୍ତ୍ରୀ, ହସ୍ତ ଶିଳ୍ପ ଓ ସମବାୟ ମନ୍ତ୍ରୀ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ, ଆସିକା ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ୧୯୫୬ ମସିହାରେ ସ୍ଥାପିତ ହୋଇଥିଲା ଆସିକା ସମବାୟ ଚିନି କଳ । ୧୯୬୩ରେ ଏଠାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TASK-FORCE-FOR-ASKA-SUGAR-MILL-TO-BE-FORMED-SOON | Argus News