Videos
|
Odisha

ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଟାଟା ପାୱାର ଅଧିକାରୀ

Smruti Parija
Browse all articles by Smruti Parija
·2 years ago·1 min read
ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଟାଟା ପାୱାର ଅଧିକାରୀ

କଟକ:  ସର୍ଟ ସର୍କିଟରୁ ଫସଲ ନଷ୍ଟ । ଟାଟା ପାୱାର ଅଧିକାରୀ ମାନୁନାହାନ୍ତି ମାନବାଧିକାର କମିଶନଙ୍କ ନିର୍ଦେଶ । କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ ବାଲିଶୁକ୍ରୀ ଗ୍ରାମର ନଈକୂଳ ପାଟଣା ସାହି ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରୁ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ପିଣ୍ଡୁଳା ଖସିଥିଲା । ଏହି ନିଆଁରେ ନଡ଼ିଆ ଗଛ, ଶାଗୁଆନ ଗଛ,ମୂଲ୍ୟବାନ କାଠ ସହ ଫସଲ ଜଳି ପୋଡି ପାଉଁଶ ହୋଇଯାଇଛି । 

ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ହଟାଇବା ପାଇଁ ଟାଟା ପାୱାର ଅଧିକାରୀଙ୍କୁ ବହୁବାର ଲିଖିତ ଭାବେ ଜଣାଇ ଥିଲେ ହେଲେ କୌଣସି ସୁଫଳ ନମିଳିବାରୁ ମାନବାଧିକାରଙ୍କ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନର ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ବିଦ୍ୟୁତ ଲାଇନ ହଟାଇବାକୁ ଟାଟା ପାୱାରକୁ ନିର୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟାଟା ପାୱାର କମିଶନଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହିଁ । 

ଘରବାଡି ଜାଗା ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇ ପାରିବନି ବୋଲି OERCର ନିୟମ ଥିଲେ ମଧ୍ୟ ତାହାକୁ କିଶନନଗର ଅଞ୍ଚଳରେ ଥିବା ଟାଟା ପାୱାର ଅଧିକାରୀ ମାନୁନାହାନ୍ତି । ଘରବାଡି, ସ୍କୁଲୁ ପରିସରରେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩କେଭି ବିଦ୍ୟୁତ ଲାଇନ ଯାଇଛି ।  କେତେ ବେଳେ ବଡ଼ ଅଘଟଣ ଘଟିବ ତାହାକୁ କେହି ଏଡାଇ ପାରିବେନି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tata Power officials disobeyed Human Rights Commission orders | Argus News