Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟାଟା ପାଓ୍ୱାରର ଅବହେଳା ଓ ଦାଦାଗିରି: ବିଦ୍ୟୁତ ପାଇବାରୁ ବଞ୍ଚିତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟାଟା ପାଓ୍ୱାରର ଅବହେଳା ଓ ଦାଦାଗିରି: ବିଦ୍ୟୁତ ପାଇବାରୁ ବଞ୍ଚିତ ଗ୍ରାମବାସୀ

ଅନୁଗୋଳ ଜିଲ୍ଲା କଣିହାଁ ବାଲିପଶି ପଞ୍ଚାୟତ କତରାପାଲି ଗ୍ରାମର ହରିଜନ ସାହି। ୨୦ ପରିବାର ୫ଦିନ ହେବ ଅନ୍ଧାରରେ ରହୁଥିଲେ। ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଥିଲା । ହେଲେ ଟାଟା ପାଓ୍ବାର କର୍ମଚାରୀଙ୍କ ମନମାନି ଯୋଗୁ କଟିଯାଇଥିଲା ବିଜୁଳି । ୫ରୁ୬ ମାସ ରେ ଥରେ ଟାଟା ପାଓ୍ବାରର କର୍ମଚାରୀମାନେ ବିଲ ଦେବା ପାଇଁ ଗାଁ କୁ ଆସନ୍ତି । ଟଙ୍କା ତୁରନ୍ତ ଦେବାକୁ କହିଥାନ୍ତି । ଲୋକେ ସମ୍ପୂର୍ଣ୍ଣ ଟଙ୍କା ନଦେଇ ୫୦୦ କି ୧୦୦୦ ଟଙ୍କା ଦେଲେ ରସିଦ୍ ଦେଉନଥିବା ଅଭିଯୋଗ ହୋଇଥିଲା । ଏପରିକି ଯେଉଁମାନଙ୍କ ବକେୟା ବିଲ୍ ନାହିଁ ସେମାନଙ୍କ ଲାଇନ୍ ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଥିଲା । 


କେଉଁ କାରଣରୁ ବିଜୁଳି କଟାଯାଇଛି ତାହା ମଧ୍ୟ ଜଣାଇ ନଥିଲେ । ପିଲାମାନଙ୍କ ପରୀକ୍ଷା ସମୟ ଥିଲା । ଘରେ ବିଜୁଳି ନଥିବାରୁ ମା ମାନେ କାନ୍ଦି କାନ୍ଦି ଦୁଃଖ ପ୍ରକାଶ କରିଥିଲେ । ଏହି ସାହିଟି ଜଙ୍ଗଲ ପାଖରେ ରହିଥବାରୁ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀଙ୍କ ବିଦ୍ୟୁତ ନକାଟିବା ନେଇ ଘୋଷଣା କରିବା ପରେ ମଧ୍ୟ ଟାଟା ପାଓ୍ବାର ଶୁଣିନଥିଲା ।

ଖବର ବାଜିବା ପରେ ଟାଟା ପାଓ୍ବାର ଅଧିକାରୀ ତୁରନ୍ତ ବିଦ୍ୟୁତ ଯୋଗାଇ ଦେଇଛନ୍ତି । ୨୦ ପରିବାର ଘରେ ବର୍ତ୍ତମାନ ବିଦ୍ୟୁତ ସଂଯୋଗ ହୋଇଛି । ଅର୍ଗସ୍ ନ୍ୟୁଜ ଦୁଃଖ ସରକାରଙ୍କ ପାଖରେ ପହଞ୍ଚାଇଥିବାରୁ ସମସ୍ୟାର ସମାଧାନ ହେଲା । ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ଏଠାକାର ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
tata-powers-negligence-and-dadagiri-villagers-deprived-of-electricity | Argus News