Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ସ୍ଥାୟିତ୍ୱ ଓ ମାନବ ଅଧିକାର ପ୍ରତି ଟାଟା ଷ୍ଟିଲ୍ ଦୃଢ ପ୍ରତିବଦ୍ଧ

Ritu Das
Browse all articles by Ritu Das
·1 year ago·3 min read
ଦୀର୍ଘ ସ୍ଥାୟିତ୍ୱ ଓ ମାନବ ଅଧିକାର ପ୍ରତି ଟାଟା ଷ୍ଟିଲ୍ ଦୃଢ ପ୍ରତିବଦ୍ଧ

Key Points

କାର୍ଯ୍ୟକ୍ଷେତ୍ରରେ ପରିବେଶ ପ୍ରଦୂଷଣ ହ୍ରାସ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଅନେକ ଆଭିମୁଖ୍ୟ ଗ୍ରହଣ

ପରିବେଶ ଓ ଜୈବ ବିବିଧତାର ଯତ୍ନ ନେବା ସହିତ

କମ୍ପାନି ପକ୍ଷରୁ କର୍ମଚାରୀ ଓ ପାରିପାର୍ଶ୍ୱିକ ସମୁଦାୟର କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି

ଟାଟା ଷ୍ଟିଲ୍ ପକ୍ଷରୁ ମୂଲ୍ୟବୋଧ ନୀତି ଆଧାରରେ ମାନବ ଅଧିକାର ଓ ପରିବେଶ ଉପଯୋଗୀ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସାୟ ଅଭ୍ୟାସକୁ ନୂଆ ଆକାର ପ୍ରଦାନ କରାଯାଉଛି। ସହଭାଗୀମାନଙ୍କ ସହ ଆଲୋଚନା ଜରିଆରେ ପରିବେଶ ଅନୁକୂଳ ଦିଗରେ ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରାଯାଇ ସାମାଜିକ ଓ ପରିବେଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରାଥମିକତାର ସହ ସମାଧାନ କରାଯାଉଛି।
କାର୍ଯ୍ୟକ୍ଷେତ୍ରରେ ପରିବେଶ ପ୍ରଦୂଷଣ ହ୍ରାସ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଅନେକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଇଣ୍ଡଷ୍ଟ୍ରିଆଲ୍ ବାଇ-ପ୍ରଡକ୍ଟସ୍ ମ୍ୟାନେଜମେଣ୍ଟ ଡିଭିଜନ ଓ ଷ୍ଟିଲ୍ ରିସାଇକ୍ଲିଂ ବ୍ୟବସାୟ ସ୍କ୍ରାପ୍ ବ୍ୟବହାରରେ ଉନ୍ନତି ଆଣିବା ସହିତ ବାଇ-ପ୍ରଡକ୍ଟ (ଉପ ଉତ୍ପାଦ)ର ପୁନଃ ବ୍ୟବହାର କରାଯାଇ ବର୍ଜ୍ୟ ପରିଚାଳନା ପ୍ରତି ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରାଯାଇ ପାରୁଛି। ଏଥିରେ କମ୍ପାନି ପକ୍ଷରୁ ଲୁଧିଆନାରେ ଏକ ଲୋ-ଏମିସନ ଇସ୍ପାତ ଉତ୍ପାଦନ କାରଖାନା ସ୍ଥାପନ କରାଯାଇଥିବା ବେଳେ ବ୍ଲାଷ୍ଟ ଫର୍ଣ୍ଣେସ୍ ପରିଚାଳନାକୁ ଡିବାର୍କନାଇଜ୍ କରାଯାଇଛି।
ସେହିପରି ରିଡ୍ୟୁସ୍‌, ରିୟୁଜ୍‌, ରିସାଇକଲ୍ ଓ ରିପ୍ଲେନିସ୍‌କୁ ନେଇ ପ୍ରସ୍ତୁତ ‘୪-ଆର୍ ଫ୍ରେମ୍‌ୱାର୍କ’ ଟାଟା ଷ୍ଟିଲ୍‌କୁ ମଧୁର ଜଳ ଉପଯୋଗ କମ୍ କରିବା ଏବଂ ବର୍ଷାଜଳ ସଂରକ୍ଷଣ ଜରିଆରେ ଭୂତଳ ଜଳସ୍ତରରେ ଉନ୍ନତି ଆଣିବାରେ ମାର୍ଗଦର୍ଶନ କରୁଛି। ୱେଷ୍ଟ୍ ହିଟ୍ ରିକଭରି ଓ ଅକ୍ଷୟ ଶକ୍ତି ପାଇଁ କମ୍ପାନି ଅଭିନବ ପ୍ରଯୁକ୍ତି ଗ୍ରହଣ କରିଛି, ଯାହା ପରିଚାଳନା ଶକ୍ତି ଦକ୍ଷତାରେ ଉନ୍ନତି ଆଣୁଛି। ଟାଟା ଷ୍ଟିଲ୍‌ର ଜୈବ ବିବିଧତା ନୀତିରେ କାର୍ଯ୍ୟକ୍ଷେତ୍ର ଭିତ୍ତିକ ଜୈବ ବିବିଧତା ପରିଚାଳନା ଯୋଜନା (ବିଏମ୍‌ପି) ରହିଛି, ଯାହାର ଲକ୍ଷ୍ୟ ହେଉଛି ପରିବେଶ ପ୍ରଭାବକୁ ଏଡ଼ାଇବା, ମୁକାବିଲା କରିବା ଏବଂ ପୁନରୁଦ୍ଧାର କରିବା।
ପରିବେଶ ଓ ଜୈବ ବିବିଧତାର ଯତ୍ନ ନେବା ସହିତ କମ୍ପାନି ପକ୍ଷରୁ କର୍ମଚାରୀ ଓ ପାରିପାର୍ଶ୍ୱିକ ସମୁଦାୟର କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଟାଟା ଷ୍ଟିଲ୍ ପକ୍ଷରୁ ଅଭିବୃଦ୍ଧି, ମାନ୍ୟତା ଓ ସନ୍ତୁଷ୍ଟି ଉପରେ ଧ୍ୟାନ ଦେଉଥିବା ଏକ ବ୍ୟାପକ ଏଚ୍‌ଆର୍ (ମାନବ ସମ୍ବଳ) ନୀତି ସହିତ କାର୍ଯ୍ୟ କରୁଛି।
ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଶାଖା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଜରିଆରେ ମହିଳା, ଶିଶୁ ଓ ଆଦିବାସୀ ସମୁଦାୟ ଭଳି ଅନଗ୍ରସର ବର୍ଗ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା ଉପରେ ଗୁରୁତ୍ୱାରୋପ କରାଯାଉଛି।
ମାନବିକ ଅଧିକାର ପ୍ରତି ଟାଟା ଷ୍ଟିଲ୍ ଗଭୀର ଭାବେ ପ୍ରତିବଦ୍ଧ ରହିଛି। କମ୍ପାନି ପକ୍ଷରୁ ୧୮ ବର୍ଷକୁ ସର୍ବନିମ୍ନ ନିଯୁକ୍ତି ବର୍ଷ ଭାବେ ଲାଗୁ କରାଯାଇଛି ଏବଂ ଶିଶୁ ଶ୍ରମିକ ପ୍ରଥାର ମୂଳ ସମସ୍ୟାର ମୁକାବିଲା କରିବା ଲାଗି ଶିକ୍ଷାଗତ କାର୍ଯ୍ୟକ୍ରମରେ ନିବେଶ କରାଯାଉଛି। ଟାଟା ଷ୍ଟିଲ୍ ବଳ ପୂର୍ବକ ଶ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ କୌଣସି କର୍ମଚାରୀଙ୍କ ବ୍ୟକ୍ତିଗତ ଦସ୍ତାବିଜକୁ ଜବତ ରଖାଯାଉନାହିଁ। ଏକ ଉତ୍ସର୍ଗୀକୃତ କଣ୍ଟ୍ରାକ୍ଟର୍ସ ସେଲ୍ ଉଚିତ୍ ଶ୍ରମ ଅଭ୍ୟାସକୁ ସମର୍ଥନ କରୁଛି।
କମ୍ପାନି ପକ୍ଷରୁ କର୍ମଚାରୀମାନଙ୍କୁ ସ୍ୱଚ୍ଛ ଓ ପାରଦର୍ଶୀତା ଅନୁଯାୟୀ ବେତନ ପ୍ରଦାନ କରାଯାଉଛି ଯାହା ଆଇନଗତ ହାରଠାରୁ ଅଧିକ। ଟାଟା ଷ୍ଟିଲ୍ ପକ୍ଷରୁ ବାର୍ଷିକ ରିପୋର୍ଟ ଜରିଆରେ ସ୍ୱଚ୍ଛତା ସୁନିଶ୍ଚିତ କରାଯାଉଛି, ଯେଉଁଥିରେ ଶ୍ରମ ଅଭ୍ୟାସରେ ହୋଇଥିବା ପ୍ରଗତି ଓ ପରିବେଶ ପ୍ରଦର୍ଶନ ଉପରେ ଆଲୋକପାତ କରାଯାଉଛି। ଆଇଏସ୍‌ଓ ସାର୍ଟିଫିକେସନ ଭଳି ଅନ୍ତର୍ଜାତୀୟ ମାନକକୁ ପାଳନ କରି କମ୍ପାନୀ ନିଜର ପ୍ରଶାସନିକ ଢାଞ୍ଚା ବା ଗଭର୍ଣ୍ଣାସ୍ ଫ୍ରେମ୍‌ୱାର୍କକୁ ସୁଦୃଢ଼ କରୁଛି।
ବିଶ୍ୱସ୍ତରୀୟ ମାନକ ଓ ସହଭାଗୀଙ୍କ ଆଶା ଅନୁସାରେ ନିଜ କାର୍ଯ୍ୟକ୍ଷେତ୍ର ପରିଚାଳନାକୁ ସମନ୍ୱିତ କରି ଟାଟା ଷ୍ଟିଲ୍ ଏକ ସମ୍ମାଜନକ, ସ୍ଥାୟିତ୍ୱ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିର ଭବିଷ୍ୟତକୁ ସୁଦୃଢ଼ କରିବାକୁ ପ୍ରତିବଦ୍ଧ ରହିଛି। ଦାୟିତ୍ୱବାନ ଅଭ୍ୟାସ ଓ ସମୁଦାୟ ସହ ସମ୍ପୃକ୍ତି ଜରିଆରେ କମ୍ପାନି ସମାଜ ଓ ପରିବେଶ ଉପରେ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tata-steel-is-committed-to-sustainability-and-human-rights | Argus News