Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜେଟ୍ ରେ ଷ୍ଟାର୍ଟଅପ୍‌ ପାଇଁ ଟାକ୍ସ ଏକ୍ସଟେନସନ୍ ଯୋଜନା

Odisha

ବଜେଟ୍ ରେ ଷ୍ଟାର୍ଟଅପ୍‌ ପାଇଁ ଟାକ୍ସ ଏକ୍ସଟେନସନ୍ ଯୋଜନା

Smruti Parija
Browse all articles by Smruti Parija
·1 year ago·2 min read
ବଜେଟ୍ ରେ ଷ୍ଟାର୍ଟଅପ୍‌ ପାଇଁ ଟାକ୍ସ ଏକ୍ସଟେନସନ୍ ଯୋଜନା

Key Points

୨୦୨୫ ବଜେଟ୍ ରେ ଷ୍ଟାର୍ଟଅପ୍ ସେକ୍ଟର ପାଇଁ ଆଣିଛି ଖୁସି ଖବର । ବଜେଟ୍ ରେ ଷ୍ଟାର୍ଟଅପ୍‌ ଗୁଡ଼ିକ ପାଇଁ ଟାକ୍ସ ଏକ୍ସଟେନସନ୍ ଯୋଜନା ।

ଅର୍ଗସ ବ୍ୟୁରୋ: ୨୦୨୫ ବଜେଟ୍ ରେ ଷ୍ଟାର୍ଟଅପ୍ ସେକ୍ଟର ପାଇଁ ଆଣିଛି ଖୁସି ଖବର । ବଜେଟ୍ ରେ ଷ୍ଟାର୍ଟଅପ୍‌ ଗୁଡ଼ିକ ପାଇଁ ଟାକ୍ସ ଏକ୍ସଟେନସନ୍ ଯୋଜନା । ଏହି ଯୋଜନାର ଲାଭ ପାଇବା ପାଇଁ, DPIIT ଦ୍ୱାରା ସ୍ୱୀକୃତି ସହିତ ଷ୍ଟାର୍ଟଅପ୍‌ର ରାଜସ୍ୱ 100 କୋଟି ଟଙ୍କା ଆବଶ୍ୟକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷ୍ଟାର୍ଟଅପ୍ ପାଇଁ କମ୍ପାନୀ ଗଠନର ଶେଷ ତାରିଖକୁ 5 ବର୍ଷ ବୃଦ୍ଧି କରି 1 ଏପ୍ରିଲ, 2030 କରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଏହା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଦ୍ୱାରା ଚିହ୍ନଟ ହୋଇଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ ଆୟକର ଆଇନ, 1961ର ଧାରା 80 IAC ଅନୁଯାୟୀ ଟିକସ ରିହାତି ପାଇବାକୁ ସକ୍ଷମ କରିବ । ଶନିବାର ବଜେଟ୍ ଉପସ୍ଥାପନ କରି ସୀତାରମଣ କହିଛନ୍ତି, 'ଆମେ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସମର୍ଥନ ଜାରି ରଖିବୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ଏହି ଘୋଷଣାକୁ ଷ୍ଟାର୍ଟଅପ୍ ପାଇଁ ଏକ ବଡ଼ ବିଜୟ ବୋଲି ଅଭିହିତ କରି, DPIIT ଯୁଗ୍ମ ସଚିବ ସଞ୍ଜୀବ ସିଂହ କହିଛନ୍ତି ଯେ ଏହା ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଉତ୍ସାହଜନକ ଖବର ଏହି ପଦକ୍ଷେପ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଉଦ୍ୟୋଗକୁ ବୃଦ୍ଧି କରିବ ବେୋଲି ସେ କହିଛନ୍ତି ।


ଦୀର୍ଘ 26 ବର୍ଷ ପରେ ଏଥର ଦିଲ୍ଲୀ ଶାସନ କ୍ଷମତାକୁ କମବ୍ୟାକ କରିବାକୁ ପୁରା ଦମ ଲଗାଇଛି ବିଜେପି । କେନ୍ଦ୍ର ଶାସିତ ଷ୍ଟେଟ୍ ଘୋଷଣା ହେବା ପରଠାରୁ ଦିଲ୍ଲୀରେ ବିଜେପି ଥରେ, କଂଗ୍ରେସ 3 ଥର ଓ ଆପ୍ 2 ଥର ନିର୍ବାଚନ ଜିତିଛନ୍ତି । ଖୋଦ୍ କେଜ୍ରିୱାଲଙ୍କ ସମେତ ଦଳର ବଡ଼ ନେତା ଦୁର୍ନୀତି ଜାଲରେ ଛନ୍ଦି ହୋଇଥିଲେ ବି ଦିଲ୍ଲୀବାସୀଙ୍କୁ ଅନ୍ଧାରରେ ରଖି ପ୍ରତି ଘଣ୍ଟାରେ ମିଛ ଘୋଷଣା କରୁଛି । ଦୁର୍ନୀତି ବିରୋଧରେ ସଂଗ୍ରାମ ଘୋଷଣା କରି ଗତ ଦୁଇଟି ଟର୍ମରେ କ୍ଷମତାକୁ ଆସି ଦିଲ୍ଲୀକୁ ଦୁର୍ନୀତିର ଗଡ଼ ସଜାଇଥିବା ଆପ-ଦା ପାର୍ଟିକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।

Sponsored
Tax extension scheme for startups in the budget | Argus News