Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେହ ଖରାପ ଥିବାରୁ ମିଳିଲାନି ଛୁଟି, ହାତରେ ସାଲାଇନ ଧରି ସ୍କୁଲରେ ଶିକ୍ଷକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେହ ଖରାପ ଥିବାରୁ ମିଳିଲାନି ଛୁଟି, ହାତରେ ସାଲାଇନ ଧରି ସ୍କୁଲରେ ଶିକ୍ଷକ

ବଲାଙ୍ଗିର:  ସାଲାଇନ ଲଗାଇ ସ୍କୁଲକୁ ଗଲେ ଶିକ୍ଷକ । ପାଟଣାଗଡ ବ୍ଲକ ଆଦର୍ଶ ବିଦ୍ୟାଳୟରୁ ଆସିଲା କିଛି ଏଭଳି ଚିତ୍ର । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କାହିଁକି ଏପରି କଲେ ଶିକ୍ଷକ ଜଣଙ୍କ। କଣ ହୋଇଥିଲା ତାଙ୍କର ? ଏଭଳି କରିବାର ଉଦେଶ୍ୟ କଣ ବୋଲି ଆଲୋଚନା ହେଉଛି। ପ୍ରକୃତରେ ଦେହ ଖରାପ ଥିବାରୁ ସାଲାଇନ ଲଗାଇ ସ୍କୁଲକୁ ଗଲେ ଗଣିତ ଶିକ୍ଷକ ପ୍ରକାଶ ଭୋଇ । ତେବେ ଶିକ୍ଷକଙ୍କ ଅଜାଙ୍କ ଦେହାନ୍ତ ହୋଇଥିଲା, ସେଥିପାଇଁ ସେ ପ୍ରିନ୍ସିପାଲଙ୍କୁ ଛୁଟି ମାଗିଥିଲେ । ସ୍କୁଲରେ ପରୀକ୍ଷା କାମ ଥିବାରୁ ପ୍ରିନ୍ସିପାଲ ବଲାଙ୍ଗିର ଡିଇଓ ଅଫିସକୁ ଆସ ନହେଲେ ଅନ୍ୟ ଶିକ୍ଷକଙ୍କୁ ପଠାଅ ବୋଲି କହିଥିଲେ ।


ଶିକ୍ଷକ ଜଣକ ତାଙ୍କ ଅଜାଙ୍କ ଶେଷକୃତ୍ୟ ସାରି ସ୍କୁଲ କାମରେ ଡିଇଓ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ପରେ ଅସୁସ୍ଥତା ଅନୁଭବ କରିବାରୁ ପୁଣି ପ୍ରିନ୍ସିପାଲଙ୍କୁ ଛୁଟି ମାଗିଥିଲେ, କିନ୍ତୁ ଛୁଟି ମିଳିନଥିଲା । ତେଣୁ ସେ ସାଲାଇନ ଲଗାଇ ସ୍କୁଲରେ ପହଁଚିଥିଲେ । ଏଭଳି ଅଭବାନୀୟ ପରିସ୍ଥିତ ପରେ ତାଙ୍କୁ ଶେଷରେ ଛୁଟି ମିଳିଥିଲା । ତେବେ ବଡ ପ୍ରଶ୍ନ ଉଠୁଛି ଯଦି ଶିକ୍ଷକଙ୍କର କିଛି ହୋଇଯାଇଥାନ୍ତା, ଦାୟୀ କିଏ ରହିଥାନ୍ତେ ? କାହିଁକି ଏଭଳି କଲେ ପ୍ରିନ୍ସପାଲ। ପ୍ରିନ୍ସପାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Teacher arrives at school with saline dripped after being denied leave in Odisha | Argus News