ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ଛାତ୍ର ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ହାତ ଗୋଡ଼ରେ ପଡିଛି ନୋଳା । ଯନ୍ତ୍ରଣାରେ ଛଟପଟ ହେଉଛି ତୃତୀୟ ଶ୍ରେଣୀର ଛାତ୍ର । ଗଣିତ ଖାତା ଦେଖାଇନଥିବାରୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରର ବାପା । ପାରାଦୀପର ଏକ ଘରୋଇ ସ୍କୁଲରେ ଘଟିଛି ଏ ଘଟଣା । ଘଟଣା ଘଟିବା ପରେ ସ୍କୁଲକୁ ଯାଇଥିଲେ ଛାତ୍ରଙ୍କ ଅଭିଭାବକ । ହେଲେ ଛାତ୍ର ଜଣଙ୍କ ବାପାଙ୍କୁ ଗେଟ୍ ବାହାରକୁ ସ୍କୁଲ ପ୍ରିନ୍ସିପାଲ ବିଦା କରି ଦେଇଥିବା ଅଭିଯୋଗ ହୋଇଛି ।
ପାରାଦୀପ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଛାତ୍ରର ଡାକ୍ତରୀ ମାଇନା କରାଇ ତଦନ୍ତ ଜାରି ରଖିଛି । ଏଖବର ପରେ ସ୍କୁଲରେ ଭୟର ବାତାବରଣ ଖେଳିଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: