Teacher Death / ସ୍ୱାଧୀନତା ଦିବସରେ ସ୍କୁଲରେ ଶୋକ, ପତାକା ବାନ୍ଧୁଥିବାବେଳେ ଟଳିପଡ଼ିଲେ ଶିକ୍ଷକ

Key Points
ସ୍ୱାଧୀନତା ଦିବସରେ ସ୍କୁଲରେ ଶୋକ, ପତାକା ବାନ୍ଧୁଥିବାବେଳେ ଟଳିପଡ଼ିଲେ ଶିକ୍ଷକ
୧୧ କେଭି ତାର ସଂସ୍ପର୍ଶରେ ଆସିଲା ଲୁହା ପାଇପ୍, ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ
ପତାକା ଉତ୍ତୋଳନ ହେଲାନି, ସ୍କୁଲ ପଡ଼ିଆରେ ବିଦ୍ୟୁତ୍ ଆଘାତରେ ଶିକ୍ଷକ ମୃତ
ସ୍କୁଲରେ ପତାକା ଉତ୍ତୋଳନ ପୂର୍ବରୁ ଘଟିଲା ବଡ଼ ଅଘଟଣ... ପତାକାକୁ ଧରି ଛଟପଟ ହୋଇ ମରିଗଲେ ଶିକ୍ଷକ । ସ୍କୁଲରେ ଅଟକି ଗଲା ପତାକା ଉତ୍ତୋଳନ । ଛାତିକୁ ପିଟି କାନ୍ଦୁଛନ୍ତି ସମସ୍ତେ । ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ । କାରଣ ସ୍ବାଧୀନତା ଦିବଶରେ ଘଟିଯାଇଛି ବଡ଼ ଅଘଟଣ । ସବୁ ଖୁସି ଲହୁରେ ପରିଣତ ହୋଇଛି । ଅକାଳରେ ଚାଲି ଯାଇଛି ଶିକ୍ଷକଙ୍କ ଜୀବନ । ଜାତୀୟ ପତାକାକୁ ଧରି ଟଳି ପଡ଼ିଛନ୍ତି । ସ୍କୁଲ ପଡ଼ିଆରେ ହିଁ ଛଟପଟ ହୋଇ ଚାଲି ଯାଇଛି ତାଙ୍କର ଜୀବନ ।
କେହି ଭାବି ନଥିଲେ କି ଏମିତ ସବୁ ହୋଇଯିବ ବୋଲି । ସକାଳୁ ସକାଳୁ ସ୍କୁଲ ଆସିଥିଲେ । ସ୍ବାଧୀନତା ଦିବସ ବେସ ଖୁସିରେ ପାଳନ କରିବାକୁ ଚାହିଁଥିଲେ । କିନ୍ତୁ ସ୍କୁଲ ପଡ଼ିଆରେ କାଳ ହୋଇ ଜଗି ବସିଥିଲା ମୃତ୍ୟୁ । ହଟାତ ଆସିଲା ଆଉ ସାଙ୍ଗରେ ନେଇ ଚାଲିଗଲା । ପତାକା ପୋତିବାପାଇଁ ଲୁହା ଖଣ୍ଟକୁ ନେଉଥିବା ବେଳେ ତାର ଲାଗି ଯାଇଥିଲା । ଫଳରେ ସେହି ସ୍ଥାନରେ ହିଁ ଟଳି ପଡ଼ିଥିଲେ ସ୍କୁଲର ଖେଳ ଶିକ୍ଷକ ।
କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ସ୍ଥାନ । ପୁରା ପରିବାର ରାସ୍ତା ଉପରେ ଛାତିକୁ ପିଟି ମୁଣ୍ଡକୁ ବାଡ଼େଇ କାନ୍ଦୁଛନ୍ତି । ଘରର ରୋଜଗାରିଆ ପୁଅର ଆଜି ମୃତ୍ୟୁ ହୋଇଛି । ସ୍ବାଧୀନତା ଦିବସ ପାଳିବାକୁ ଆସିଥିବା ପୁଅ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛି । ମା କଣ ଏତେ କଷ୍ଟକୁ ସହିପାରିବ । ମୃତକଙ୍କ ସ୍ତ୍ରୀଙ୍କ ମୁଣ୍ଡ ବି କିଛି କାମ କରୁ ନାହିଁ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଆଜି ବାପ ଛେଉଣ୍ଡ ହୋଇ ଯାଇଛନ୍ତି । ଏମିତି ଦୃଶ୍ୟକୁ ଦେଖିଲା ପରେ କାହାରି ଆଖିରୁ ଲୁହ ଅଟକୁ ନାହିଁ ।
ଯଦି ଦେଖିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନ ମଇତାପୁର ସ୍ତିତ ରୟାଲ ସ୍କୁଲରେ ଏମିତି ଅଘଟଣ ଘଟି ଯାଇଛି । ସ୍କୁଲର ଖେଳ ଶିକ୍ଷକ ସ୍କୁଲରେ ପତାକା ବାନ୍ଧୁଥିବା ସମୟରେ ୧୧କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଯାଇଥିଲା । ଯାହାର ସଂସ୍ପଶରେ ଆସି ମୃତ୍ୟୁ ବରଣ କରିଛନ୍ତି ଖେଳ ଶିକ୍ଷକ । ଏହାସହ ସ୍କୁଲର ୨ଜଣ ଛାତ୍ର ଆହତ ହୋଇ ସିମୁଳିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିକ୍ଷକଙ୍କ ନାମ ହେଉଛି ପ୍ରିୟବ୍ରତ ବେହେରା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।
📱 Get Argus News App
✨Related Topics
Explore more stories