Videos
|
Odisha

ଦୂର ହେବ ଶିକ୍ଷକ ସମସ୍ୟା: ସହରି ଶିକ୍ଷକ ଯିବେ ଗାଁ ସ୍କୁଲ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୂର ହେବ ଶିକ୍ଷକ ସମସ୍ୟା: ସହରି ଶିକ୍ଷକ ଯିବେ ଗାଁ ସ୍କୁଲ

ସହରି ଶିକ୍ଷକ ଯିବେ ଗାଁ ସ୍କୁଲ। ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । କିନ୍ତୁ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ । ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରିବା ସହ ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ପଠାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ।


ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ ରହିଛି ।


ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରା‌ଯିବ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି , ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡକ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନ‌ଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
teacher-problem-will-be-solved-urban-teachers-will-go-to-village-schools | Argus News