Teacher Protest / 'ଆଲୋଚନା ସରିଥିଲା, ପୁଣି କାହା ପ୍ରରୋଚନାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ'

Key Points
ଆଗକୁ ପରୀକ୍ଷା, ପିଲାଙ୍କ ପାଠ ପଢା ଠପ୍ ।
ଚତୁର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ପିଏମଜିରେ ଚାଲିଛି ଅହୋରାତ୍ର ଧାରଣା । ଦାବି ପୁରଣ ନହେଲେ ସମୁହ ଛୁଟିରେ ଯିବେ ଦେଢଲକ୍ଷ ଶିକ୍ଷକ । ଗଣଶିକ୍ଷା ମନ୍ତ୍ରୀ ପଚାରିଲେ ୬ ତାରିଖ ଆଲୋଚନା ପରେ କାହା ପ୍ରରୋଚନାରେ ଆନ୍ଦୋଳନ ? ଆଗକୁ ପରୀକ୍ଷା, ପିଲାଙ୍କ ପାଠ ପଢା ଠପ ଚିନ୍ତାରେ ଅଭିଭାବକ ।
ଗ୍ରେଡ ପେ ବୃଦ୍ଧି ସହ ମୂଳ ଚାକିରିରେ ୬ ବର୍ଷକୁ ସାମିଲ କରିବା ଓ ଠିକାରେ ଥିବା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଗୁରୁଙ୍କ ଗର୍ଜନ । ୪ ଦିନ ହେବ ଚାଲିଥିବା ଏହି ଅହୋରାତ୍ର ଆନ୍ଦୋଳନରେ ଆଜି ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କୁ ଦେଇଛନ୍ତି ଚେତାବନୀ । ସୋମବାର ସୁଦ୍ଧା ଦାବି ପୁରଣ ନହେଲେ ଦେଢ଼ ଲକ୍ଷ ଶିକ୍ଷକ ଯିବେ ଛୁଟିରେ ।
ଶିକ୍ଷକଙ୍କ ଦାବି ଗୁଡ଼ିକ ହେଲା...
୧- ସେମାନଙ୍କ ଗ୍ରେଡ ପେକୁ ଅନ୍ୟ ୨୨ ରାଜ୍ୟ ପରି ୪୨୦୦ କରାଯାଉ ।
୨- ଠିକା ନିଯୁକ୍ତି ସଂପୂର୍ଣ ଉଚ୍ଚେଦ କରି ଠିକାରେ ଥିବା ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରାଯାଉ ।
ଗ୍ରେଡ ପେ ୪୨୦୦ ହେଲେ ମୂଳ ବେତନ ୩୫,୪୦୦ ହାରରେ ଶିକ୍ଷକ ପାଇବେ ଦରମା । ସେହିପରି ପ୍ରାଥମିକ ଶିକ୍ଷାରେ ୨୦୦୧ରୁ ନିଯୁକ୍ତ ଠିକା ଶିକ୍ଷକଙ୍କୁ ସରକାର କରିଥିବା ଘୋଷଣା ଅନୁସାରେ ନିୟମିତ କରିବାକୁ ଦାବି କରୁଛନ୍ତି ଶିକ୍ଷକ ।
ଏପଟେ ଗୁରୁଙ୍କ ଆନ୍ଦୋଳନ ଯୋଗୁ ଅନ୍ୟପଟେ ସ୍କୁଲରେ ପ୍ରଭାବିତ ହୋଇଛି ପାଠପଢା। କେଉଁଠି ଜଣେ ଶିକ୍ଷକରେ ସ୍କୁଲ ଚାଲିଛି ତ ଆଉ କେଉଁଠି ପିଲା ସ୍କୁଲକୁ ଆସି ପାଠ ନପଢି ଫେରି ଯାଉଛନ୍ତି । ଆଗକୁ ପରୀକ୍ଷା ଥିବାରୁ ଚିନ୍ତାରେ ଅଭିଭାବକ ।
ସ୍କୁଲ ଓ ଗଣିଶିକ୍ଷା ମନ୍ତ୍ରୀ କହିଛନ୍ତି ୬ ତାରିଖରେ ଆନ୍ଦୋଳନ ରତ ଶିକ୍ଷକଙ୍କ ସହ ଆଲୋଚନା ହୋଇଥିଲା । ସେମାନେ ଆନ୍ଦୋଳନ ପ୍ରତ୍ୟାହର ପାଇଁ ରାଜି ହୋଇଥିଲେ, ତେବେ ପୁଣି କାହା ପ୍ରରୋଚନାରେ ଆନ୍ଦୋଳନ ଚଳାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ।
ଆନ୍ଦୋଳନ ରତ ଶିକ୍ଷକଙ୍କୁ କେବେ ମନାଇବେ ସରକାର ? ଦୀର୍ଘ ବର୍ଷ ଧରି ଶିକ୍ଷକ ଆନ୍ଦୋଳନ କରୁଥିଲେ ବି କାହିଁକି ପୁରଣ ହୋଇପାରୁନି ସେମାନଙ୍କ ଦାବି । ଆଉ କେତେ ଦିନ ସ୍କୁଲ ଛାଡ଼ି ରାସ୍ତାରେ ବସିବେ ଗୁରୁ ?
📱 Get Argus News App
✨Related Topics
Explore more stories