Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡା

Manini Pattanayak
Browse all articles by Manini Pattanayak
·1 year ago
ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡା

ନୂଆଦଲ୍ଲୀ:  ଆଜି ଗୁରୁ ଦିବସ । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ ତାହାର ଆକଳନ କରିବା ବେଶ କଷ୍ଟ । ବାପା ମାଆଙ୍କୁ ଜୀବନର ପ୍ରଥମ ଗୁରୁ ବୋଲି କୁହାଯାଏ । କିନ୍ତୁ ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡାଥାଏ। ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି।

ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ୍‌ ଏକାଧାରାରେ ଥିଲେ ଜଣେ ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ତଥା ରାଜନୈତିଜ୍ଞ । ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Teachers' Day is celebrated on September 5 each year across India | Argus News