Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Love Drama / ପ୍ରେମିକାକୁ ନଡାକିଲେ ଆତ୍ମହତ୍ୟା ଧମକ, ୧୦୦ ଫୁଟ୍ ଗଛ ଉପରେ ଚଢି ହଙ୍ଗାମା

Rashmita Mishra
Browse all articles by Rashmita Mishra
·2 months ago·2 min read
ପ୍ରେମିକାକୁ ନଡାକିଲେ ଆତ୍ମହତ୍ୟା ଧମକ, ୧୦୦ ଫୁଟ୍ ଗଛ ଉପରେ ଚଢି ହଙ୍ଗାମା
Love Drama

Key Points

ପ୍ରେମ ପାଇଁ ଗଛ ଉପରେ ନାବାଳକର ହାଇଡ୍ରାମା । 
ପ୍ରେମିକାକୁ ନଡାକିଲେ ଆତ୍ମହତ୍ୟା ଧମକ ।
୧୦୦ ଫୁଟ୍ ଗଛ ଉପରେ ଚଢି ହଙ୍ଗାମା । 

ନାବାଳକ ପ୍ରେମିକର ହାଇଡ୍ରାମା... ପ୍ରେମ ପାଇଁ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ନାବାଳକ । ଅନୁଗୁଳ ଅମଲପଡା ଠାରେ ଥିବା ବାଳାଶ୍ରମରେ ଘଟିଛି ଘଟଣା । ପୋଲିସ ଓ ଅଗ୍ନିଶମ ବାହିନୀ ନାବାଳକଙ୍କୁ ଉଦ୍ଧାର କରିଛି । ଗତ ରବିବାର ପ୍ରେମୀ ଯୁଗଳ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିବା ବେଳେ ସେମାନଙ୍କୁ ଚାଇଲଡ଼ ଲାଇନ ଉଦ୍ଧାର କରି ବାଳାଶ୍ରମ ଓ ଶଖୀ ସେଣ୍ଟରରେ ରଖିଥିଲା।

ସୂଚନାନୁଯାୟୀ, ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ । ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ । ପ୍ରାୟ ଦେଢ ଘଣ୍ଟା ଯାଏଁ ସମସ୍ତଙ୍କୁ କଲା ନାକେଦମ୍ । ମଙ୍ଗଳବାର ସକାଳେ ଅନୁଗୁଳ ସହରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାକୁ ବୁଝାଛି ।

ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା । ରେଲୱେ ପୁଲିସ ଉଭୟଙ୍କୁ ଉଦ୍ଧାର କରି CWCରେ ହାଜର କରାଇଥିଲା । CWC ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା । ସେହିପରି ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା। ମଙ୍ଗଳବାର ଭୋରୁ ଭୋରୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ପଟାସ୍ ଗଛରେ ଚଢ଼ି ଯାଇଥିଲା । ପ୍ରେମିକାକୁ ଡାକିବାକୁ ଜିଦ୍ ଧରିଥିଲା।

ଏପରିକି ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା । ପ୍ରାୟ ଦେଢ ଯାଏଁ ନାବାଳକ ଜଣଙ୍କ ସମସ୍ତଙ୍କୁ ନାକେଦମ୍ କରିଥିଲା। ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାକୁ କହି ବହୁ ବୁଝାସୁଝା କରାଇବା ପରେ ନାବାଳକ ତଳକୁ ଓହ୍ଲାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Love Drama | Minor Climbs 100-Feet Tree, Threatens Suicide Over Love Drama | Argus News