Videos
|
Odisha

ଜମି ମ୍ୟୁଟେସନ୍‌ରେ ତ୍ରୁଟି ଯୋଗୁ ନିଲମ୍ବିତ ହେଲେ ତହସିଲଦାର

Swoyang prajna Mishra
Browse all articles by Swoyang prajna Mishra
·10 months ago
ଜମି ମ୍ୟୁଟେସନ୍‌ରେ ତ୍ରୁଟି ଯୋଗୁ ନିଲମ୍ବିତ ହେଲେ ତହସିଲଦାର

Key Points

ନିଲମ୍ବିତ ହେଲେ କୁଚିଣ୍ଡା ତହସିଲଦାର
କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ନିଲମ୍ବିତ
ଜମି ମ୍ୟୁଟେସନ୍‌ରେ ତ୍ରୁଟି ଯୋଗୁ ହୋଇଛି କାର୍ଯ୍ୟାନୁଷ୍ଠାନ
ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କଲେ ରାଜସ୍ବ ବିଭାଗ

ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ନିଲମ୍ବିତ । ଜମି ମ୍ୟୁଟେସନ୍‌ରେ ତ୍ରୁଟି ଯୋଗୁ ହୋଇଛି କାର୍ଯ୍ୟାନୁଷ୍ଠାନ । ମିତାଲି ମଧୁସ୍ମିତାଙ୍କୁ ନିଲମ୍ବିତ କଲେ ରାଜସ୍ବ ବିଭାଗ । ମ୍ୟୁଟେସନସନରେ ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ ନିକଟରେ ହୋଇଥିଲା ଅଭିଯୋଗ । ତଦନ୍ତ ପରେ ଅଭିଯୋଗ ସତ୍ୟତା ଥିବା ଜଣାପଡ଼ିବା ପରେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।


କିଛିଦିନ ବ୍ୟବଧାନ ମଧ୍ୟରେ ମିତାଲି ମଧୁସ୍ମିତା ସମ୍ବଲପୁର ଜିଲ୍ଲାର ଦ୍ବିତୀୟ ତହସିଲଦାର ଭାବେ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ବାମରା ତହସିଲଦାର ତଥା ୨୦୧୯ ବ୍ୟାଚ୍ ଓଏଏସ୍ ଟପର୍‌ ଅଶ୍ଵିନୀ ପଣ୍ଡା ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tehsildar suspended at kuchinda | Argus News