Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୌଳିକ ସୁବିଧାରୁ ବଞ୍ଚିତ ତେଲିଗୁଡା

Odisha

ମୌଳିକ ସୁବିଧାରୁ ବଞ୍ଚିତ ତେଲିଗୁଡା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୌଳିକ ସୁବିଧାରୁ ବଞ୍ଚିତ ତେଲିଗୁଡା

ବଣ ପାହାଡ଼ ଘେରା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଅନେକ ସ୍ଥାନ ପଦାରେ ପକାଏ ପୂର୍ବ ସରକାରଙ୍କ ବାହାସ୍ପୋଟ । ସ୍ପଷ୍ଟ କରେ ଗାଁ ବିକାଶର ଅସଲ ଚିତ୍ର। ସେଭଳି ଏକ ଅବହେଳିତ ଗାଁ ହେଉଛି ତେଲିଗୁଡା। ଏହି ଗାଁରେ ବସବାସ କରୁଥିବା ଅଧିକାଂଶ ଅନୂସୂଚିତ ଜାତି ଓ ଜନଜାତି ବର୍ଗର । ଯଏଉଁ ମାନଙ୍କ ପାଖରେ ଯୋଜନା ପହଞ୍ଚିଛି ସତ ମାତ୍ର କାର୍ଯ୍ୟକ୍ଷମ ହୋଇ ପାରୁନି। ଏଇ ଦେଖୁ ନାହାନ୍ତି ପାନୀୟ ଜଳ ପାଇଁ ପାଇପ ସଂଯୋଗ ହୋଇଛି ନଳକୂପ ବି ଅଛି ହେଲେ ଏହା ଶୋଷ ମେଣ୍ଟାଉନି। ଫଳରେ ପାଣି ପାଇଁ ହିନସ୍ତା ହେଉଛନ୍ତି ଅଞ୍ଚଳବାସୀ।

କାଲିମେଳା ବ୍ଲକର ଭେଙ୍କଟପଲମ୍ ପଞ୍ଚାୟତର ତେଲିଗୁଡ଼ା । ଗାଁ ରେ ୫୦ ପରିବାର ୨୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ପଞ୍ଚାୟତ ସଦର ମହକୁମା ଠାରୁ ୩ କିମି ଦୂରରେ ଅବସ୍ଥାପିତ ଏହି ଗାଁ। ଗାଁ କୁ ଯିବାକୁ ହେଲେ ଦୁଇ ପଟେ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀର୍ଣ୍ଣ ମୋରମ ପାଦଚଲା ରାସ୍ତା । ସ୍ୱାଧିନତା ର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଗାଁକୁ ସଡକ ସଂଯୋଗ ପାଇଁ ୨୦୧୭ ରେ କାମ ଆରମ୍ଭ ହେଇଥିଲା। ଲକ୍ଷ୍ୟଲକ୍ଷ ଟଙ୍କା ବ୍ୟୟରେ ପକ୍କା ରାସ୍ତା ହୋଇଥିଲେ ମଧ୍ୟ ପୋଟେରୁ ନଦୀ ରେ ଆସୁଥିବା ବନ୍ୟାରେ ରାସ୍ତା ଟି ଧୋଇ ହୋଇଯାଇଛି । ଫଳରେ ଏବେବି ପାଦଚଲା ସଂକୀର୍ଣ୍ଣ ଜଙ୍ଗଲ ମୋରମ୍ ରାସ୍ତା ହି ଏମାନଙ୍କ ଗମନାଗମନର ମାଧ୍ୟମ।

ସରକାରୀ ପକ୍କାଘର ଆଜିବି ଏଠି ସାତସପନ। ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଁ ବହୁଜଣଙ୍କ ନାମ ପଞ୍ଜିକରଣ ହୋଇଥିଲେ ମଧ୍ୟ ଆଜିଯାଏଁ ଘର ଖଣ୍ଡେ ମିଳିପାରିନି। ଫଳରେ ଭଙ୍ଗା କୁଡିଆ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ୨୪ ବର୍ଷର ସ୍ଥିର ସରକାର ମାଳ ମାଳ ଯୋଜନା କରିଥିଲେ ମଧ୍ୟ ଆଜିବି ବିକାଶ ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ସରକାରୀ ସହାୟତା ବିନା ତେଲିଗୁଡା ଭଳି ଅନେକ ଦୁର୍ଗମ ଗ୍ରାମବାସୀ ଆଜିବି ଅଭିଶପ୍ତ ଜୀବନ ବିତାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
telugu-people-deprived-of-basic-needs | Argus News