Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସହ୍ୟ ତାତି; ଦିନ 2ଟା 30 ସୁଦ୍ଧା ତାପମାତ୍ରା ଡେଇଁଲା 44 ଡ଼ିଗ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଅସହ୍ୟ ତାତି; ଦିନ 2ଟା 30 ସୁଦ୍ଧା ତାପମାତ୍ରା ଡେଇଁଲା 44 ଡ଼ିଗ୍ରୀ

କାଳ ବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ । ଅସହ୍ୟ ତାତି । ସକାଳ 8 ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି । ପ୍ରବଳ ଗରମରେ ଆଉଟୁ ପାଉଟୁ ସଧାରଣ ଲୋକଙ୍କଠାରୁ ଜୀବଜନ୍ତୁ । ଆଜି ଦିନ 2ଟା 30 ସୁଦ୍ଧା 44ଡ଼ିଗ୍ରୀ ଅତିକ୍ରମ କଲା ତାତି । ସେପଟେ ଝାରସୁଗୁଡା ସବୁଠୁ ଉତପ୍ତ । ଝାରସୁଗୁଡାରେ 44.8°C ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ 4 ଦିନରେ ପୂର୍ବ ଭାରତର ରାଜ୍ୟ ଗୁଡିକରେ ସର୍ବୋଚ୍ଚ ତାପମାତ୍ରାରେ 4 ରୁ 6 ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।


ଉପକୂଳ ଓଡ଼ିଶାରେ ଆଜି ଦିନ 2ଟା 30 ସମୟରେ କେଉଁଠି କେତେ ଆଦ୍ରତା ରେକର୍ଡ


ପୁରୀ : ~72%

ଗୋପଳପୁର : ~72%

ପାରାଦ୍ୱୀପ : ~70%

ବାଲେଶ୍ୱର :~ 62%

ଭୁବନେଶ୍ୱର : ~62%

ଚାନ୍ଦବାଲି : ~59%


ସେହିପରି ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଝାରସୁଗୁଡା 44.8°C

ସମ୍ବଲପୁର 42.6°C

ହୀରାକୁଦ 41.8°C

ରାଉରକେଲା 41.2°C

କେନ୍ଦୁଝର 37.8°C

ଚାନ୍ଦବାଲି 37.6°C

ବାଲେଶ୍ୱର 36.2°C

ଭୁବନେଶ୍ୱର 35.2°C ରେକର୍ଡ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡିଆ X ରେ ସୂଚନା ଦେଇଛନ୍ତି । 


ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।୨୨ ରୁ ବର୍ଷାର ପରିମାଣ କମିବ । ମୁଖ୍ୟତଃ ପାଗ ଶୁଖିଲା ରହିବ । ୨୨ରେ ୭ ଜିଲ୍ଲାକୁ ହିଟ୍ ୱେଭ୍ ସହ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ଵିଭାଗ । ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ ।




Sponsored
temperature-crossed-to-44-degrees-by-230-pm-today | Argus News