Videos
|
Odisha

ଫେବ୍ରୁଆରୀରୁ ରାଜ୍ୟରେ ତାତି ଛୁଇଁଲାଣି ୩୭ ଡିଗ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଫେବ୍ରୁଆରୀରୁ ରାଜ୍ୟରେ ତାତି ଛୁଇଁଲାଣି ୩୭ ଡିଗ୍ରୀ

ମାଘରେ ଡହ ଡହ ଖରା। ଫେବ୍ରୁଆରୀରୁ ରାଜ୍ୟରେ ତାତି ଛୁଇଁଲାଣି ୩୭ ଡିଗ୍ରୀ। ଲଗାତର ଉପରମୁହାଁ ରହୁଛି ପାରଦ। ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ, ଖୁବଶୀଘ୍ର ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି।


ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ପାରଦ ୩୪ ଉପରେ ଥିଲା। ରାଜ୍ୟର ଅନ୍ୟ କେତେକ ସ୍ଥାନରେବି ପାରଦ ବଢିବାରେ ଲାଗିଛି। ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବାର ଅନୁମାନ କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଇଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି।ଶୀତ ଉଭାନ ହୋଇଯାଇଥିବା ବେଳେ ଫେବୃଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ହଠାତ୍ ତାତି ବୃଦ୍ଧି ନେଇ ଚିନ୍ତା ବି ବଢ଼ିଲାଣି। ଏବେଠୁ ଖରାର ଏ ପ୍ରକୋପ ଦେଖି ଆଗକୁ ତାତିର ପରିମାଣ କେଉଁ ଆଡ଼କୁ ଯିବ, ତାକୁ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି।