Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ୩୬ ଡିଗ୍ରୀ ଛୁଇଁଲା ତାତି

Ritu Das
Browse all articles by Ritu Das
·1 year ago
ରାଜଧାନୀରେ ୩୬ ଡିଗ୍ରୀ ଛୁଇଁଲା ତାତି

ଟାଇଁ ଟାଇଁ ଖରା, ଦେହରେ ଗଳିଯାଉଛି । ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ । ଆଜି ଦିନ ୨ଟା ୩୦ ସମୟରେ ରାଜଧାନୀ ଭୁବନେଶ୍ୱରରେ ୩୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡା ୩୭.୮° ସେଲସିୟସ ରହିଥିବାବେଳେ ସମ୍ବଲପୁର ୩୭.୬ ° ସେଲସିୟସ ରହିଛି।


ଆଜି ଭୁବନେଶ୍ବରର ତାପମାତ୍ରା ୩୬ ° ସେଲସିୟସ ରହିଛି। ସେହିପରି ହୀରାକୁଦର ତାପମାତ୍ରା ୩୫.୪ ° ସେଲସିୟସ ଥିବାବେଳେ ରାଉରକେଲାର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରହିଛି। ସେହିପରି ଚାନ୍ଦବାଲିର ତାପମାତ୍ରା ୩୪ ° ସେଲସିୟସ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temperatures reach 36 degrees in the capital | Argus News