Videos
|
Odisha

କାଳବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ , ଆଜିଠୁ ହିଟ୍‌ୱେଭ ଆଲର୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କାଳବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ , ଆଜିଠୁ ହିଟ୍‌ୱେଭ ଆଲର୍ଟ

କାଳବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ। ୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ରହିବ ଅସମ୍ଭାଳ ତାତି। ଆଜିଠୁ ରାଜ୍ୟରେ ହିଟ ୱେଭ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅସମ୍ଭାଳ ତାତିକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଉ ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବା ସହ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।


୧୧ ଜିଲ୍ଲାକୁ ବାଦ ଦେଇ ଅବଶିଷ୍ଟ ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିସହ ଗତକାଲି ଝାରସୁଗୁଡାରେ ତାପମାତ୍ରା 44.8°C ରେକର୍ଡ଼ ହୋଇଥିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Temperatures rise in the odisha after Kalbaisakhi, heatwave alert from today | Argus News