Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁନ ୭ ପରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି ସମ୍ଭାବନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଜୁନ ୭ ପରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି ସମ୍ଭାବନା

Key Points

ଆଗକୁ ରାଜ୍ୟରେ ପ୍ରଚଣ୍ଡ ଖରା ସମ୍ଭାବନା
ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି ସମ୍ଭାବନା
ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ
ଆସନ୍ତା ୧୦ରୁ ୧୨ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ରହିପାରେ


ଆଗକୁ ରାଜ୍ୟରେ ପ୍ରଚଣ୍ଡ ଖରା ସମ୍ଭାବନା l ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି, ଝାଞ୍ଜି ପବନ ବହିପାରେ l ଏହି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ l ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ l ଆସନ୍ତା ୧୦ରୁ ୧୨ ତାରିଖ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ରହିପାରେ l ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳରେ ପ୍ରବଳ ଖରା ସମ୍ଭାବନା l


ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ l ତେବେ ଜୁନ ୧୭ ତାରିଖ ପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temperatures will rise after June 7 in odisha | Argus News