Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୨୦ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ତାତି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆସନ୍ତା ୨୦ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ତାତି

ଆସନ୍ତା ୨୦ ତାରିଖରୁ ରାଜ୍ୟରେ ବଢ଼ିବ ତାତି । ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ବହିବଗରମ ପବନ । ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନ ଆଉ ଆସିବନି । ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିଯିବ । ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।


ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ଆସନ୍ତା ତିନି ଦିନ ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ୨୦ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ରହିବ । ନୂଆପଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ୪୧ ଡିଗ୍ରୀ, ବରଗଡ଼ ଓ ନବରଙ୍ଗପୁରରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବ । ୨୧ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ତାତି ୪୦ ଡିଗ୍ରୀ ପାଖାପାଖି ରହିବ । ସେପଟେ ଆଜି ଟ୍ବିନସିଟି ରେ ହଠାତ୍ ବଦଳିଥିଲା ପାଗର ମିଜାଜ୍ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Temperatures will rise again in the odisha from the 20th April | Argus News