Odisha Women Entrepreneurs / ମନ୍ଦିରର ଫୁଲରୁ ମହକିଲା ମହିଳାଙ୍କ ଭାଗ୍ୟ…୧୬ ମହିଳାଙ୍କ ଅଭିନବ ପ୍ରୟାସ ଆଣିଲା ନୂଆ ରୋଜଗାରର ବାଟ
·39 mins ago·2 min read

Key Points
ଅଦରକାରୀ ଫୁଲରୁ ସୁଗନ୍ଧିତ ଧୂପକାଠି ପ୍ରସ୍ତୁତ କରି ମହିଳାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି
ମନ୍ଦିର ଏବଂ ବିଭିନ୍ନ ପୂଜାପାଠର ବାସି ତଥା ଅଦରକାରୀ ଫୁଲରୁ ସୁଗନ୍ଧିତ ଧୂପକାଠି ପ୍ରସ୍ତୁତ କରି ମହିଳାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି। ପୂର୍ବରୁ ପୂଜା ସରିବା ପରେ ବାସି ଫୁଲକୁ ଫିଙ୍ଗି ଦିଆଯାଉଥିଲା। ଏହା ନାଳ, ନର୍ଦ୍ଦମା ଓ ପୋଖରୀକୁ ଯାଇ ପରିବେଶ ପ୍ରଦୂଷିତ କରୁଥିଲା। କିନ୍ତୁ ବାଙ୍କୋଇ ଗ୍ରାମର ୧୬ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେହି ଫୁଲକୁ ସଂଗ୍ରହ କରି ନୂଆ ରୂପ ଦେଉଛନ୍ତି।
ଯେଉଁ ଫୁଲ ଓ ପତ୍ର ପୂଜା ପରେ ଅଦରକାରୀ ହୋଇଯାଉଥିଲା, ତାହା ଏବେ ପାଲଟିଛି ରୋଜଗାରର ମାଧ୍ୟମ । ମନ୍ଦିରରୁ ସଂଗୃହୀତ ତୁଳସୀ ପତ୍ର, ବେଲପତ୍ର ଓ ବ୍ୟବହୃତ ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଧୂପକାଠି । ଏଭଳି ଏକ ଅଭିନବ ଉଦ୍ୟମ ଆରମ୍ଭ କରି ଚର୍ଚ୍ଚାକୁ ଆସିଛନ୍ତି ଖୋରଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମର ୧୬ ଜଣ ମହିଳା । ଅନ୍ନପୂର୍ଣ୍ଣା ଫାଇନାନ୍ସର ସହଯୋଗରେ ମହିଳାମାନେ ଏକ ପ୍ରଡ୍ୟୁସର ଗ୍ରୁପ ଗଠନ କରି ଏହି ନିଆରା କାର୍ଯ୍ୟ ଆରମ୍ଭ କରିଛନ୍ତି । ମନ୍ଦିର ଓ ପୂଜାସ୍ଥଳୀରୁ ସଂଗ୍ରହ କରାଯାଉଥିବା ତୁଳସୀ ପତ୍ର, ବେଲପତ୍ର ଓ ଫୁଲକୁ ପ୍ରଥମେ ଭଲ ଭାବେ ଶୁଖାଯାଉଛି । ପରେ ଏହାକୁ ଗୁଣ୍ଡ କରି ଆବଶ୍ୟକ ସାମଗ୍ରୀ ମିଶାଇ ତିଆରି କରାଯାଉଛି ଧୂପକାଠି ।ଏହି ଉଦ୍ୟମ କେବଳ ଏକ ଛୋଟ ବ୍ୟବସାୟ ନୁହେଁ, ବରଂ ଏହା ପରିବେଶ ସୁରକ୍ଷା ଓ ମହିଳା ସଶକ୍ତିକରଣର ଏକ ସୁନ୍ଦର ଉଦାହରଣ ।
ଧୂପକାଠି ପ୍ରସ୍ତୁତ କରୁଥିବା ଶାନ୍ତିଲତା ଦକ୍ଷିଣକବାଟ କହିଛନ୍ତି ଆମେ ସକାଳୁ ଆସୁଛୁ, ମନ୍ଦିରରୁ ଭାଇନାମାନେ ଫୁଲ କାଢ଼ି ଥୋଇଥିବେ। ଆମେ ସେଥିରୁ ସୂତା, ଧୂପକାଠି ଯାହା ଲାଗିଥିବ ସବୁ କାଢି ଫୁଲକୁ ଅଲଗା ଅଲଗା କରୁଛୁ । ତାକୁ ବାଛି ଶୁଖାଉଛୁ। ଶୁଖିଗଲେ ଡ୍ରାଏ ମେସିନରେ ପକାଉଛୁ,ତାକୁ ଗୁଣ୍ଡ କରି ମିଶ୍ରଣ ମେସିନରେ ପକାଉଛୁ। ସିଏ ପୂରା ପାଲିସ କରୁଛି ତାକୁ ଭାଗ ମାପ ପାଣି ଦେଇକି ଧୂପକାଠି ପ୍ରସ୍ତୁତ କରୁଛୁ । ସେହିପରି ଶାନ୍ତିଲତା ରଣସିଂହ କହିଛନ୍ତି ପରିବେଶକୁ ଯାହା ପ୍ରଦୂଷିତ ହେଉଥିଲା ତାକୁ ଆମେ ଉପଯୋଗ କରି ଧୂପକାଠି ତିଆରି କରୁଛୁ । ଏଥିରେ ଆମକୁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସହଯୋଗ କରିଛି । ସମସ୍ତ ମେସିନ ଯୋଗାଇବା ସହ ଆମକୁ ଟ୍ରେନିଂ ଦେଉଛନ୍ତି । ଏହି ଧୂପକାଠିରେ କୌଣସି କେମିକାଲ ନ ମିଶେଇକି ଫୁଲ ଗୁଣ୍ଡରୁ, ଅଠା ଗୁଣ୍ଡରୁ ମିଶେଇକି ଆମେ ପ୍ରସ୍ତୁତ କରୁଛୁ ।
ଗୋଟିଏ ପଟେ ପୂଜାରେ ବ୍ୟବହୃତ ଫୁଲ ଓ ବେଲପତ୍ରର ପୁନଃବ୍ୟବହାର ହେଉଛି, ଅନ୍ୟପଟେ ମହିଳାମାନେ ନିଜ ଶ୍ରମ ଓ ଦକ୍ଷତା ବଳରେ ରୋଜଗାରର ସୁଯୋଗ ସୃଷ୍ଟି କରୁଛନ୍ତି । ଘରର ଚାରିକାନ୍ଥ ଭିତରେ ସୀମିତ ନରହି ଏକାଠି ହୋଇ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ଦେଖୁଛନ୍ତି ଏହି ୧୬ ମହିଳା । ଅଦରକାରୀ ଫୁଲ ଓ ପତ୍ରକୁ ଉପଯୋଗୀ ସାମଗ୍ରୀରେ ପରିଣତ କରିବାର ଏହି ପ୍ରୟାସ ଅନ୍ୟ ମହିଳା ଗୋଷ୍ଠୀଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିଛି। ସତରେ, ଇଚ୍ଛାଶକ୍ତି ଓ ସାମୂହିକ ଉଦ୍ୟମ ଥିଲେ ଅଦରକାରୀ ସାମଗ୍ରୀରୁ ମଧ୍ୟ ରୋଜଗାରର ନୂଆ ସମ୍ଭାବନା ସୃଷ୍ଟି କରିହୁଏ । ସେହିପରି ତୁଳସୀ ରଣା କହିଛନ୍ତି ମନ୍ଦିରରୁ ପ୍ରତିଦିନ ଫୁଲ,ବେଲପତ୍ର,ତୁଳସୀ ପତ୍ର ବାହାରେ ଏବଂ ତା ଦ୍ୱାରା ପରିବେଶ ପ୍ରଦୂଷିତ ହୁଏ । କିନ୍ତୁ ଆମେ ସେଗୁଡିକୁ ସଂଗ୍ରହ କରି ଆଣି ଧୂପକାଠି ପ୍ରସ୍ତୁତ କରୁଛୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଉଦ୍ୟମ ଓଡ଼ିଶାର ଅନ୍ୟ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ଅଦରକାରୀ ଭାବି ଫିଙ୍ଗା ଯାଉଥିବା ଫୁଲରୁ ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା, ନିଜେ ଚଳିବା ଏବଂ ନିଜ ଘରକୁ ଚଳାଇବାରେ ମଧ୍ୟ ସକ୍ଷମ ହୋଇପାରିଛନ୍ତି । ସେଥିପାଇଁ ତ କୁହାଯାଇଛି ବର୍ତ୍ତମାନ ଯୁଗରେ ନାରୀ ଅବଳା କି ଦୁର୍ବଳା ନୁହେଁ ବରଂ ନାରୀ ହେଉଛି ସବଳା ।
Related Topics
Explore more stories