financial allocation / ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି,୫ କୋଟି ନୁହେଁ ମିଳିବ ସାଢ଼େ ୭ କୋଟି
·9 months ago·2 min read

Key Points
ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ ।
ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ।
ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ । ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଅଢ଼େଇ କୋଟି ଟଙ୍କା ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେ ଆହୁରି କହିଛନ୍ତି, ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଛି।
ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି। ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କାମ କରିବେ ବୋଲି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାର ଏହା ନୁହେଁ। ଅତିରିକ୍ତ ବଜେଟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । କହିଲେ ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ପୋର୍ଟାଲର ମେଣ୍ଟେନାନ୍ସ, ହଷ୍ଟିଙ୍ଗ ଏବଂ ଡାଟା ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ଅର୍ଥ । ସୁଭଦ୍ରା ପୋର୍ଟାଲ, ମେଣ୍ଟାନାନ୍ସ, ଡେଭଲପମେଣ୍ଟ ଓ ସୁରକ୍ଷା ପାଇଁ ୧ କୋଟି ୫୪ ଲକ୍ଷ ୭୮ ହଜାର ଖର୍ଚ୍ଚ କରିଛି ବିଭାଗ । କ୍ଲାଉଡ୍ ହୋଷ୍ଟିଂ ପାଇଁ ଖର୍ଚ୍ଚ ହୋଇଛି ୧୨ କୋଟି ୨୮ ଲକ୍ଷ ୧୫ ହଜାର ଟଙ୍କା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
Related Topics
Explore more stories