Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବୌଦ୍ଧରେ ପୁଣି ମାତିଲେ ମନ୍ଦିର ଲୁଟେରା

Odisha

ବୌଦ୍ଧରେ ପୁଣି ମାତିଲେ ମନ୍ଦିର ଲୁଟେରା

Smruti Parija
Browse all articles by Smruti Parija
·1 year ago·1 min read
ବୌଦ୍ଧରେ ପୁଣି ମାତିଲେ ମନ୍ଦିର ଲୁଟେରା

Key Points

ବୌଦ୍ଧରେ ପୁଣି ମାତିଲେ ମନ୍ଦିର ଲୁଟେରା । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସହର ସ୍ଥିତ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି ।

ବୌଦ୍ଧ: ବୌଦ୍ଧରେ ପୁଣି ମାତିଲେ ମନ୍ଦିର ଲୁଟେରା । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସହର ସ୍ଥିତ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ମନ୍ଦିରର ତାଲା କାଟି ଭିତରେ ଥିବା ହୁଣ୍ଡି ସହ ଅନ୍ୟାନ୍ୟ ଜିନିଷ ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ହେଲେ ବଞ୍ଚିଯାଇଛି ଠାକୁରଙ୍କ ସୁନା, ରୂପା ଓ ଅଳଙ୍କାର ।


ତେବେ ସୁନା ଓ ରୂପା ଅଳଙ୍କାର ସରକାରୀ ଟ୍ରେଜେରୀରେ ରହୁଥିବାବେଳେ କେବଳ ରଥଯାତ୍ରା ସମୟରେ ବାହାର କରାଯାଏ ବାହୁଡ଼ା ପରେ ପୁଣି ରଖି ଦିଆଯାଏ । ଯାହାଫଳରେ ସେଗୁଡିକ ସୁରକ୍ଷିତ ରହିଛି । ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ଅଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ବିଗତ ୪ ମାସ ମଧ୍ୟରେ ସିରିଜ ଭାବରେ ହନୁମାନ ମନ୍ଦିର, ରାମେଶ୍ୱର ମନ୍ଦିର, ଭୈରବୀ ମନ୍ଦିର, ମାତଙ୍ଗେଶ୍ବର ମନ୍ଦିର, କଲେଶ୍ବର ଆଦି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୋଲିସ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମନ୍ଦିରରେ ଚୋରି ହେଲେ କମିଟି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଏ । ମାତ୍ର ପୋଲିସ ମାମଲା ରୁଜୁ କରି ତଦନ୍ତକୁ ଶିଥିଳ କରି ଚୁପ ହୋଇଯାଇଥାଏ । ଏହାର ସୁଯୋଗ ନେଇ ବାରମ୍ବାର ପୋଲିସ ନାକ ତଳୁ ମନ୍ଦିର ଗୁଡିକରୁ ଚୋରି କରି ପୋଲିସକୁ ବାରମ୍ବାର ଚ୍ୟାଲେଞ୍ଜ କରୁଛନ୍ତି ଲୁଟେରା ।

Sponsored
temple-looters-strike-again-in-boudh-miscreants-break-the-lock-of-jagannath-temple-and-loot-it | Argus News