Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା

Key Points

ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା

ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ

ପୁରୀ ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ହୁଣ୍ଡି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ

ଲୁଟ୍ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି 

ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା । ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୁରୀ ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ହୁଣ୍ଡି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ତେବେ ଲୁଟ୍ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ପ୍ରଥମେ ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ପରେ ଜଣେ ଦୁର୍ବୃତ୍ତ ମନ୍ଦିରର ହୁଣ୍ଡି ଟେକି ନେଇ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି । ଭକ୍ତ ମାନେ ଦାନ କରିଥିବା ସମସ୍ତ ଅର୍ଥ ହୁଣ୍ଡି ବାକ୍ସରେ ଥିବାବେଳେ ସେଥିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ସମୟରେ ପୁରୀ ସହରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଦୁର୍ବୃତ୍ତ ମାନେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି ।

ବିଭିନ୍ନ ସାହି, ଗଳି ମାନଙ୍କରେ ମାଳ ମାଳ ପୋଲିସ ଅଧିକାରୀ ଓ କର୍ମଚାରୀ ମୁତୟନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ମନ୍ଦିରରୁ ହୁଣ୍ଡି ବାକ୍ସ ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି । ଘଟଣାକୁ ନେଇ ରାମ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
temple-looters-strike-again-in-puri | Argus News