Videos
|
Odisha

ଗିରଫକୁ ଖାତିର କରୁନାହାନ୍ତି ଦଲାଲ, ବେଆଇନ ଭାବେ ଚାଲିଛି ଶ୍ରମିକ ଚୋରା ଚାଲାଣ

Smruti Parija
Browse all articles by Smruti Parija
·2 years ago·1 min read
ଗିରଫକୁ ଖାତିର କରୁନାହାନ୍ତି ଦଲାଲ, ବେଆଇନ ଭାବେ ଚାଲିଛି ଶ୍ରମିକ ଚୋରା ଚାଲାଣ

ବଲାଙ୍ଗିର: ପୁଣି 10 ଦାଦନଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ । ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଓ ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ । ତେବେ ଏହାର ସୁଯୋଗ ନେଇ ବେଆଇନ ଭାବେ ଶ୍ରମିକମାନଙ୍କୁ ଚୋରା ଚାଲାଣ କରି ବାରମ୍ବାର ପୋଲିସ ହାତରେ ଧରା ପଡି ଜେଲ ଯାଉଥିଲେ ବି ତାହା ଥମି ବାରେ ନା ଧରୁ ନାହିଁ ।  

ଗତକାଲି ମଧ୍ୟ ରାତ୍ରିରେ କିଛି ଶ୍ରମିକଙ୍କୁ  ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲିର ଦୁଇ ଜଣ ସର୍ଦ୍ଦାର  ତେଲେଙ୍ଗାନା ବାହାର ରାଜ୍ୟକୁ ଏକ ଦାମୀ କାର ସାହାଯ୍ୟରେ ନେଉଥିବା ବେଳେ ପୋଲିସ ଖବର ପାଇଥିଲା ।  ହରିଶଙ୍କର  ଛକନିକଟରେ ଅତର୍କିତ ଚଢ଼ାଉ କରି ବୋଲେରୋରୁ 10 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଦୁଇ ଦଲାଲଙ୍କୁ ବାନ୍ଧିଛି ପୋଲିସ । 

୩ ଦାଦନ ଦଲାଲଙ୍କୁ ବାନ୍ଧିଲା କଣ୍ଟାବାଞ୍ଜି ପୋଲିସ

ଉକ୍ତ ଦୁଇଜଣଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରି ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ।  ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇଦେଇଛନ୍ତି । ବାରମ୍ବାର ଖପ୍ରାଖୋଲ ଅଞ୍ଚଳରେ ପୋଲିସ ଚଢ଼ାଉ  କରୁଥିଲେ ହେ ଦାଦନ ସର୍ଦାର ମାନେ ଶ୍ରମିକ ଚାଲାଣ ଥମିବାରେ ନା ଧରୁ ନାହାନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦାଦନ ଚାଲାଣ ରୋକିବା ପାଇଁ ଗତ ମାସରେ ଲାଠୋର ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଭାବେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତଥାପି ଦାଦନ ଚାଲାଣ କମିବାରେ ନା ଧରୁ ନାହିଁ ।