Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tenant Protection Law / ଏଣିକି ଆଉ ମାଲିକ ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ, ଜବରଦସ୍ତି ଘର ମଧ୍ୟ ଖାଲି କରାଇ ପାରିବେ ନାହିଁ,ଆସିବ ନୂଆ ଆଇନ୍‌

Bikash Mohanty
Browse all articles by Bikash Mohanty
·1 month ago·2 min read
ଏଣିକି ଆଉ ମାଲିକ  ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ,  ଜବରଦସ୍ତି ଘର ମଧ୍ୟ ଖାଲି କରାଇ ପାରିବେ ନାହିଁ,ଆସିବ ନୂଆ ଆଇନ୍‌
Tenant Protection Law

Key Points

ଏଣିକି ଆଉ ଘର ମାଲିକ ମନଇଚ୍ଛା ବଢ଼ାଇ ପାରିବେ ନାହିଁ
ଜବରଦସ୍ତି ଘର ଖାଲି କରାଇ ପାରିବେ ନାହିଁ
ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି
ଓଡ଼ିଶା ଅର୍ବାନ ଏରିଆ ରେଣ୍ଟାଲ କଣ୍ଟ୍ରୋଲ ଆକ୍ଟ-୨୦୨୬’
ଭୁବନେଶ୍ବର,୧୩/୦୬: ଏଣିକି ଆଉ ଘର ମାଲିକ ମନଇଚ୍ଛା ବଢ଼ାଇ ପାରିବେ ନାହିଁ ଘର ଭଡ଼ା କି ଜବରଦସ୍ତି ଘର ଖାଲି କରାଇ ପାରିବେ ନାହିଁ । ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ଓଡ଼ିଶା ଅର୍ବାନ ଏରିଆ ରେଣ୍ଟାଲ କଣ୍ଟ୍ରୋଲ ଆକ୍ଟ-୨୦୨୬’ । ଯାହାକି ଉଭୟ ଘରମାଲିକ ଓ ଭଡ଼ାଟିଆଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବ ।

ପ୍ରଚଳିତ ‘ଦି ଓଡ଼ିଶା ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ, ୧୯୬୭' ଓ ଏହାର ୧୯୭୪ ସଂଶୋଧନ ଆଇନକୁ ରଦ୍ଦ କରି ଏହି ନୂତନ ଆଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଯୋଜନା କରିଛନ୍ତି ।ଏହି ନିୟମ ସହରର ସମସ୍ତ ପ୍ରକାରର ଆବାସିକ ଘର, ଦୋକାନ ବଜାର ଓ ସ୍କୁଲ-କଲେଜ ପାଇଁ ଦିଆଯାଉଥିବା ଭଡ଼ାଘର ନିମନ୍ତେ ପ୍ରଯୁଜ୍ୟ ହେବ । କିନ୍ତୁ କଳକାରଖାନା, ହୋଟେଲ, ଲଜ୍ ଓ ଧର୍ମଶାଳା, ସରକାରୀ କ୍ୱାଟର, କମ୍ପାନୀ ଘର, ଧାର୍ମିକ ଅନୁଷ୍ଠାନ ଓ ୱାକଫ୍ ବୋର୍ଡର ସମ୍ପତ୍ତି ନିମନ୍ତେ ଏହି ଆଇନ ଲାଗୁ ହେବ ନାହିଁ । ଯଦିଓ ଉଭୟ ପକ୍ଷ ଚାହିଁଲେ ପରସ୍ପର ସହମତିରେ ଏହି ନିୟମ ମାନିପାରିବେ । ଏହି ଚିଠା ଆଇନ ଅନୁସାରେ, ଏଣିକି କୌଣସି ବି ଘର ଲିଖିତ ଚୁକ୍ତିନାମା ବା ‘ଟେନାନ୍ସି ଏଗ୍ରିମେଣ୍ଟ' ବିନା ଭଡ଼ାରେ ଦିଆଯାଇପାରିବ ନାହିଁ । ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦୁଇ ମାସ ମଧ୍ୟରେ ଉଭୟ ଘରମାଲିକ ଓ ଭଡ଼ାଟିଆ ଯୁଗ୍ମ ଭାବେ ଏହାର ସୂଚନା ନିର୍ଦ୍ଧାରିତ ଫର୍ମରେ ସ୍ଥାନୀୟ ରେଣ୍ଟ ଅଥରିଟି' ଓ ସେମାନଙ୍କ ଥାନାର ଅଧିକାରୀଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ ।

ପଢନ୍ତୁ ଏହି ଖବର: ହଟିବ ବିକୃତ ନାମ, ଫେରିବ ମୂଳ ଓଡ଼ିଆ, ବଦଳିବ ୬୪ ସ୍ଥାନର ନାଁ

କୌଣସି ପରିସ୍ଥିତିରେ ବି ଘରମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ରେଣ୍ଟ ଅଥରିଟି ଦୁଇ ମାସର ଭଡ଼ା ସମାନ କ୍ଷତିପୂରଣ ଭଡ଼ାଟିଆଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ମିଛ କିମ୍ବା ହଇରାଣ କରିବା ଉଦ୍ଦେଶ୍ୟରେ ଅଭିଯୋଗ କଲେ ଭଡ଼ାଟିଆଙ୍କୁ ଦୁଇଗୁଣ ଜୋରିମାନା ଦେବାକୁ ମଧ୍ୟ ପଡ଼ିବ । ଘରମାଲିକ କିମ୍ବା ପ୍ରପର୍ଟି ମ୍ୟାନେଜର ଯାଂଚ କିମ୍ବା ମରାମତି ପାଇଁ ଘରକୁ ଯିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖିତ କିମ୍ବା ଡିଜିଟାଲ ନୋଟିସ ଦେବେ ଓ ସୂର୍ଯ୍ୟୋଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ନୂଆ ଆଇନରେ ସିକ୍ୟୁରିଟି ଡିପୋଜିଟ୍ ବା ଅଗ୍ରୀମ ଅର୍ଥରାଶିକୁ ନେଇ ସୀମା ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଆବାସିକ ଘର ପାଇଁ ସର୍ବାଧିକ ଦୁଇ ମାସର ଭଡ଼ା ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ସିକ୍ୟୁରିଟି ଭାବେ ନିଆଯାଇପାରିବ । ଘର ଖାଲି କରିବା ସମୟରେ ବାକିଆ ଦେୟ କାଟିବା ପରେ ଏହି ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡ଼ିବ । ଘରଭଡ଼ା ବୃଦ୍ଧି କେବଳ ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ହେବ । ଯଦି ଘରମାଲିକ କିଛି ବଡ଼ ଧରଣର ସଂଶୋଧନ କିମ୍ବା ନିର୍ମାଣ କାର୍ଯ୍ୟ କରନ୍ତି, ତେବେ କାମ ସରିବାର ଏକ ମାସ ପରେ ପରସ୍ପର ସହମତିରେ ଭଡ଼ା ବଢ଼ିପାରିବ ।ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା-ବନ୍ୟା, ବାତ୍ୟା, ଯୁଦ୍ଧ କିମ୍ବା ଭୂମିକମ୍ପ ଯୋଗୁଁ ବାସସ୍ଥାନ ପ୍ରଭାବିତ ହୁଏ, ତେବେ ସେହି ସମୟ ପାଇଁ ଘରମାଲିକ ଭଡ଼ା ମାଗିପାରିବେ ନାହିଁ ଓ ଭଡ଼ାଟିଆଙ୍କୁ ଅତିକମରେ ଏକ ମାସ ପର୍ଯ୍ୟନ୍ତ ସେହି ପୁରୁଣା ସର୍ତ୍ତରେ ରହିବାକୁ ଅନୁମତି ଦେବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tenant Protection Law: No Arbitrary Rent Hike or Forced Eviction by Landlords | Argus News