Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟାଇମ୍‌ ଗଡୁଛି, ଟେନସନ୍‌ ବଢୁଛି

Odisha

ଟାଇମ୍‌ ଗଡୁଛି, ଟେନସନ୍‌ ବଢୁଛି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଟାଇମ୍‌ ଗଡୁଛି, ଟେନସନ୍‌ ବଢୁଛି

Key Points

  • ଟାଇମ୍‌ ଗଡୁଛି, ଟେନସନ୍‌ ବଢୁଛି
  • ବିଜେଡି ନେତାଙ୍କ ଛାତି ଧଡଧଡ
  • ବାକି ଥିବା ପ୍ରାର୍ଥୀ ତାଲିକା ଆସିବ କେବେ ?

ଟାଇମ୍‌ ଗଡୁଛି, ଟେନସନ ବଢୁଛି । ଖାସ୍‌ କରି ଶାସକ ଦଳର ନେତାଙ୍କ ଅବସ୍ଥା ଏବେ ସାଙ୍ଘାତିକ । କାରଣ ବିଜେଡି ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବାକି ଥିବା ଆସନର ଟିକଟ ଆଶାୟୀଙ୍କ ଟେନସନ ସାଙ୍ଘାତିକ ଭାବରେ ବଢିଯାଇଛି । କାରଣ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଆସନ କିନ୍ତୁ ଲିମିଟେଡ୍‌ । ତେଣୁ ଏମିତି ସ୍ଥିତିରେ କାହାର କଟିବ ? କାହାର ରହିବ ସେନେଇ ଅଙ୍କ କଷୁଛନ୍ତି ନେତା । 

ବିଜେଡିରେ ଏବେ ଟିକଟ ଟେନସନ୍ । କାରଣ ଯେଉଁ ନେତାମାନେ ନିର୍ବାଚନ ସମୟରେ ଏରିୟାରେ ରହିବାର କଥା, ସେମାନେ ଏବେ ରାଜଧାନୀରେ କାଟୁଛନ୍ତି ରାତି । ନିଜ ଇଚ୍ଛାରେ ନୁହେଁ ବରଂ ବାଧ୍ୟବାଧକତାରେ । କେମିତି ଟିକଟ ମିଳିବ ସେନେଇ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ମାନସମନ୍ଥନ ବୈଠକ ବି କରୁଛନ୍ତି । ହେଲେ ଗଣିତ ଛିଣ୍ଡୁନି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଇ ଯେମିତି ଅନୁଗୁଳର ଟିକଟ ଘୋଷଣା ବିଳମ୍ବ ହେବାରୁ ଭୁବନେଶ୍ୱର ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନୁଗୁଳର ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଟିକେଟ ଘୋଷଣା କାହିଁକି ବିଳମ୍ବ ହେଉଛି ପଚାରିବା ସହ, ନିଜ ସମର୍ଥକଙ୍କୁ ଧରି ଆସି ପତିଆରା ଦେଖାଇଛନ୍ତି । ଖାଲି ଅନୁଗୁଳ କାହିଁକି ? ବରଂ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର, ହିନ୍ଦୋଳ, ଅନୁଗୁଳ, ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । କୁହାଯାଉଛି କିଛି ଆସନରେ ଦଳ ଅଦଳବଦଳ କରିପାରେ । ଅନୁଗୁଳ ଭଳି କେନ୍ଦୁଝର ତେଲକୋଇରେ ସମାନ ଅବସ୍ଥା । ତେଲକୋଇରେ ପ୍ରେମାନନ୍ଦ ଦଳ ଛାଡିବା ପରେ ବିଜେଡି ସେଠି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା । 

ଶାସକଦଳ ବିଜେଡିକୁ ଏବେ ଟିକଟ ଟେନସନ । କେମିତି କାହାକୁ ପ୍ରାର୍ଥୀ କରିବ ଦଳ ସେନେଇ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ରୁ ୧୨ଟି ବିଧାନସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ହିସାବ କିତାବ ଏବେ ବି ଚାଲିଛି । ଯାହାଫଳରେ ନୂଆ ପ୍ରାର୍ଥୀ ତାଲିକା ଆସିବା ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଠିକ୍ ସମୟରେ ଟିକେଟ ଘୋଷଣା ହେବ ।
 

Sponsored
Tension Brews in BJD Over Election | Argus News